ଶ୍ରୀମନ୍ଦିରରେ ପଦ୍ମବେଶରେ ଦର୍ଶନ ଦେଉଛନ୍ତି ତିନି ଠାକୁର । ଦ୍ୱାରଫିଟା ପରେ ଚାଲିଛି ଶ୍ରୀଜିଉଙ୍କ ଦର୍ଶନ, ଅବକାଶ ନୀତି ପରେ ଆଜି ହେବ ବେଶ ଓଲାଗି ।

31

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ବଡସିଂହାର ବେଶରେ ତିନି ଠାକୁର ପଦ୍ମବେଶରେ ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ଦ୍ୱାରଫିଟା ପରେ କିଛି ଘଂଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ଚାଲିଛି । ଆଜି ଅବକାଶ ନୀତି ପରେ ତିନି ଠାକୁରଙ୍କ ବେଶ ଓଲାଗି ହେବ । ମହାପ୍ରଭୁଙ୍କ ପଦ୍ମବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ପ୍ରତିବର୍ଷ ଭଳି ଚଳିତବର୍ଷ ବଡଛତା ମଠ ପକ୍ଷରୁ ଏହି ବେଶ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଥିଲା ।