ଗଡିଲା ନନ୍ଦିଘୋଷ ରଥ: ଆଗରେ ଭାଇ-ଭଉଣୀ ପଛରେ ବାହାରିଲେ ମହାପ୍ରଭୁ

ଗଡିଲା ନନ୍ଦିଘୋଷ ରଥ: ଆଗରେ ଭାଇ-ଭଉଣୀ ପଛରେ ବାହାରିଲେ ମହାପ୍ରଭୁ

କନକ ବ୍ୟୁରୋ: ବଡଦାଣ୍ଡେ ଗଡିଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଘଣ୍ଟାଘଣ୍ଟ ଧ୍ୱନିରେ ଗଗନପବନ ପ୍ରକମ୍ପିତ । ହରିବୋଲ, ହୁଳହୁଳିରେ କମ୍ପୁଛି ଚତୁର୍ଦ୍ଦିଗ । ଜଗାର ରଥକୁ ଟାଣି ନେଉଛନ୍ତି ଲକ୍ଷଲକ୍ଷ ଭକ୍ତ । ଆଗରେ ବଡ ଭାଇ ଭଳଭଦ୍ର ପରେ ଭଉଣୀ ସୁଭଦ୍ରା ବାହାରିବା ପରେ ଏବେ ପଛରେ ମାଡିଚାଲିଛି ମହାପ୍ରଭୁ ଜଗନ୍ନାଙ୍କ ନନ୍ଦିଘୋଷ ରଥ । ବିଭିନ୍ନ ନୀତିକାନ୍ତି ପରେ ନିର୍ଦ୍ଧାରିତ ସମୟ ଅନୁସାରେ ନନ୍ଦିଘୋଷ ରଥ ମାଉସୀ ମା’ ଅଭିମୁଖେ ଗଡିଛି । ଡାହୁକ ରଥ ଉପରେ ଛିଡା ହୋଇ ଳମ୍ବା ବେତ ଧରି ଭକ୍ତ ମାନଙ୍କୁ ରଥ ଟାଣିବାକୁ ଉତ୍ସାହିତ କରୁଛନ୍ତି । ରଥ ଗଡିବା ଆରମ୍ଭ ହେବା ମାତ୍ରେ ବଡଦାଣ୍ଡ ହରିବୋଲ ଓ ହୁଳହୁଳି ପ୍ରକମ୍ପିତ ହୋଇ ଉଠିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe