ସୁସ୍ଥ ହେଲେ ମହାପ୍ରଭୁ । ଅଣସର ଦ୍ୱାଦଶୀ ତିଥିରେ ରାଜନଅରକୁ ବିଜେ ହେଲା ରାଜପ୍ରସାଦ । ମହାପ୍ରଭୁ ସୁସ୍ଥ ହେବାର ସନ୍ଦେଶ ଦେଲେ ଦଇତାପତି ।

150

କନକ ବ୍ୟୁରୋ: ଅଣସର ଉପଚାର ପରେ ଏବେ ସୁସ୍ଥ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ଅଣସର ଦ୍ୱାଦଶୀ ତିଥିରେ ରାଜନଅରକୁ ରାଜପ୍ରସାଦ ବିଜେ ହେବା ସହିତ ମହାପ୍ରଭୁ ସୁସ୍ଥ ହେବାର ସନ୍ଦେଶ ଦଇତାପତି ଦେଇଛନ୍ତି । ବିଧି ମୁତାବକ ଆଜି ପୁରୀରେ ଏହି ସନ୍ଦେଶକୁ ଦଇତାପତି ରାଜନଅରକୁ ଦେଇଛନ୍ତି । ମହାପ୍ରଭୁ ସୁସ୍ଥ ହେବା ପରେ ରଥଯାତ୍ରାରେ ଯିବାର ପରମ୍ପରା ରହିଛି । ତେବେ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ପାଣିରେ ଗାଧୋଇବା ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରେ ପଡିଥିଲେ । ଏହାପରେ ବିଗ୍ରହଙ୍କୁ ଅଣସର ଘର ରଖି ଉପଚାର କରାଯାଉଥିଲା । ଏହି ସମୟରେ ମହାପ୍ରଭୁ ଫଳମୂଳ ଗ୍ରହଣ କରିବା ସହିତ ତାଙ୍କର ସୁସ୍ଥ ହେବା ଲାଗି ଦଇତାପତି ସେବକ ମାନେ ନାନାଦି ଚେଷ୍ଟା କରୁଥିଲେ । ତେବେ ଗତକାଲି ଦଶମୂଳ ମୋଦକ ଲାଗି ହେବା ପରେ ଆଜି ମହାପଭୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି ।