କନକ ବ୍ୟୁରୋ: ଅଣସର ଉପଚାର ପରେ ଏବେ ସୁସ୍ଥ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ଅଣସର ଦ୍ୱାଦଶୀ ତିଥିରେ ରାଜନଅରକୁ ରାଜପ୍ରସାଦ ବିଜେ ହେବା ସହିତ ମହାପ୍ରଭୁ ସୁସ୍ଥ ହେବାର ସନ୍ଦେଶ ଦଇତାପତି ଦେଇଛନ୍ତି । ବିଧି ମୁତାବକ ଆଜି ପୁରୀରେ ଏହି ସନ୍ଦେଶକୁ ଦଇତାପତି ରାଜନଅରକୁ ଦେଇଛନ୍ତି । ମହାପ୍ରଭୁ ସୁସ୍ଥ ହେବା ପରେ ରଥଯାତ୍ରାରେ ଯିବାର ପରମ୍ପରା ରହିଛି । ତେବେ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ପାଣିରେ ଗାଧୋଇବା ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରେ ପଡିଥିଲେ । ଏହାପରେ ବିଗ୍ରହଙ୍କୁ ଅଣସର ଘର ରଖି ଉପଚାର କରାଯାଉଥିଲା । ଏହି ସମୟରେ ମହାପ୍ରଭୁ ଫଳମୂଳ ଗ୍ରହଣ କରିବା ସହିତ ତାଙ୍କର ସୁସ୍ଥ ହେବା ଲାଗି ଦଇତାପତି ସେବକ ମାନେ ନାନାଦି ଚେଷ୍ଟା କରୁଥିଲେ । ତେବେ ଗତକାଲି ଦଶମୂଳ ମୋଦକ ଲାଗି ହେବା ପରେ ଆଜି ମହାପଭୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି ।
#ସୁସ୍ଥ_ହେଲେ_ସାଆନ୍ତେ
ରାଜନଅରରୁ ବିଜେ ହେଲା ରାଜପ୍ରସାଦ । ମହାପ୍ରଭୁ ସୁସ୍ଥ ହେବାର ସନ୍ଦେଶ ଦେଲେ ଦଇତାପତି ।#JagannathTemple#Puripic.twitter.com/164hzPMkul— Kanak News (@kanak_news) July 6, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/8-4.jpg)