ଜନ୍ମବେଦୀକୁ ଯିବେ ମହାପ୍ରଭୁ । ରଥ ଉପରେ ଚାଲିଛି ଶ୍ରୀଜିଉଙ୍କ ନୀତିକାନ୍ତି । ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରିବେ କାଳିଆ ଠାକୁର

100

କନକ ବ୍ୟୁରୋ: ଆଜି ମହାପ୍ରଭୁ ଆଡ଼ପମଣ୍ଡପ ବିଜେ କରିବେ । ଅପରାହ୍ନରେ ଜନ୍ମବେଦୀକୁ ବିଜେ ନୀତି ଅନୁଷ୍ଠିତ ହେବ । ରଥାରୂଢ଼ ଶ୍ରୀଜିଉଙ୍କ ନିକଟରେ ଚାଲିଛି ନୀତିକାନ୍ତି । ମଙ୍ଗଳଆଳତୀ, ମଇଲମ ନୀତି ସହ ବଢ଼ିଛି ଅନ୍ୟାନ୍ୟ ନୀତି । ମହାପ୍ରଭୁ ଗୋଟି ପହଣ୍ଡିରେ ଜନ୍ମଦେବୀକୁ ବିଜେ କରିବାକୁ ଥିବାରୁ ନିତି ସଅଳ କରାଯାଉଛି ।

ଆଡପମଣ୍ଡପକୁ ମହାପ୍ରଭୁ ବିଜେ କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି କରିବେ । ଏହା ପରେ ମହାପ୍ରଭୁଙ୍କ ମହାସ୍ନାନ କରାଯିବ । ପରେ ମହାପ୍ରଭୁଙ୍କ ନିକଟରେ ଦହି ପଖାଳ ଲାଗି ହେବ । ତାପରେ ବଡ଼ସିଂହାର ବେଶ ହୋଇ ପହୁଡ ହେବ । ଆସନ୍ତାକାଲି ଆଡ଼ପ ଅବଢ଼ା ବାହାରିବ ।