ଶ୍ରୀକ୍ଷେତ୍ରରେ ସୁନାବେଶରେ ଚତୁର୍ଦ୍ଧାମୂରତି, ନୂଆ ଗାଇଡଲାଇନ୍ ଯୋଗୁଁ ଦର୍ଶନରୁ ବଂଚିତ ଭକ୍ତ

105

କନକ ବ୍ୟୁରୋ: ଆଜି ବିଜୟା ଦଶମୀ । ସମଗ୍ର ଭାରତ ବର୍ଷରେ ପାଳିତ ହେଉଥିବା ଏକ ମହାପାର୍ବଣ ଦଶହରା । ଦଶହରା ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ମଧ୍ୟ ମାତୃଶକ୍ତି ବନଦୁର୍ଗାଙ୍କୁ ପୂଜା କରି ପ୍ରବଳ ପ୍ରତାପୀ ରାବଣକୁ ବଦ୍ଧ କରିଥିଲେ । ତେଣୁ ଦଶହରାକୁ ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ ଭାବେ ମଧ୍ୟ ପାଳନ କରାଯାଉଛି ।

ଅନ୍ୟପଟେ ଏହି ଅବସରରେ ଆଜି ପୁରୀରେ ମହାପ୍ରଭୁଙ୍କ ସୁନାବେଶ ହେବ । ଅବକାଶ ନୀତି ପରେ ମହଣ ମହଣ ସୁନାରେ ବିଭୂଷିତ ହୋଇ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ନୂଆଲୁଗା ପରେ କିରିଟି, ଚୂଳ. ଚନ୍ଦ୍ରିକା, ଆଡକାନି, ଚନ୍ଦ୍ରସୂର୍ଯ୍ୟ . ହରିଡାମାଳ, ତବିକମାଳ ଭଳି ସ୍ୱର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉଙ୍କୁ ବିଭୂଷିତ କରାଯିବ । ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିଥାନ୍ତି । ହେଲେ ଚଳିତବର୍ଷ କରୋନା କଟକଣା ଯୋଗୁଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆଧାରରେ ଦର୍ଶନ ବନ୍ଦ କରାଯାଇଛି । ଫଳରେ ଭକ୍ତମାନେ ଚିତାକର୍ଷକ ସୁନାବେଶ ଦର୍ଶନ କରିପାରିବେ ନାହିଁ ।