ହାଇକୋର୍ଟରେ ମହାପଭୁଙ୍କ ରତ୍ନଭଣ୍ଡାର ପ୍ରସଙ୍ଗ। ଅଳଙ୍କାରର ସବିଶେଷ ତାଲିକା ପ୍ରସ୍ତୁତ ପାଇଁ ହାଇକୋର୍ଟରେ ଆବେଦନ ବିଜେପି ନେତା ସମୀର ମହାନ୍ତି

156

କନକ ବ୍ୟୁରୋ: ମହାପଭ୍ରୁଙ୍କ ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ତେଜୁଛି ରାଜନୀତି । ହାଇକୋର୍ଟର ଦ୍ୱାରସ୍ତ ହେଲେ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି । ରତ୍ନଭଣ୍ଡାର ଖୋଲି ତାର ସବିଶେଷ ତାଲିକା ପ୍ରସ୍ତୁତ କରିବାକୁ ହାଇକୋର୍ଟରେ ଆବେଦନ କରିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି । ରାଜ୍ୟପାଳ କିମ୍ବା ଜଣେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ କମିଟି ଗଠନ କରାଯାଇ ରତ୍ନ ଅଳଙ୍କାରର ତାଲିକା ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି ।

ରତ୍ମଭଣ୍ଡାରର ମରାମତି ନକରି ବିପଦ ସଙ୍କୁଳ ଅବସ୍ଥାରେ ରଖିବା ଅଭିଯୋଗ ଆଣିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ସମୀର ମହାନ୍ତି । ଆବେଦନରେ ଗଜପତି ଦିବ୍ୟ ସିଂହଦେବ, ଗୃହ ସଚିବ,  ଶ୍ରୀମନ୍ଦିର ମୁଖ୍ୟ ପ୍ରସାସକ, ପୁରୀ ଜିଲ୍ଲାପାଳ, ଆଇନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି ।