କନକ ବ୍ୟୁରୋ: ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମଲାରେ ତଦନ୍ତ କରୁଛି ସିବିଆଇ । ପ୍ରୟାଗରାଜରେ ପହଁଚି ସିବିଆଇ ଟିମ୍ ଚଳାଇଛି ଛାନଭିନ୍ । ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ଯେତିକି ଦିନ ବିତୁଛି ସେତିକି ସନ୍ଦେହ ବଢି ବଢି ଚାଲିଛି । ଏବେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁର ଯାଂଚ କରୁଛି ସିବିଆଇ ।
ଘଟଣାର ତଦନ୍ତ ପାଇଁ ସିବିଆଇ ଟିମ୍ ପ୍ରୟାଗରାଜରେ ପହଁଚିଛି । ସିବିଆଇର ୫ଟି ଟିମ୍ ପ୍ରୟାଗରାଜ ବାଘମ୍ବରି ମଠରେ ପହଁଚି ଚଲାଇଛି ତଦନ୍ତ । ସୋମବାର ବାଘମ୍ବରି ମଠରୁ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତାଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିଶ କରିଥିଲେ ।
ସେପଟେ ଏସଆଇଟି ଟିମ୍ ମଧ୍ୟ ମଠରେ ପହଁଚି ତଦନ୍ତ କରୁଛି । ଘଟଣାରେ ନୂଆ ନୂଆ ତଥ୍ୟ ଏବେ ସାମ୍ନାକୁ ଆସୁଛି । ଏଏସଆଇଟି ନରେନ୍ଦ୍ର ଗିରିଙ୍କ ମୋବାଇଲରୁ ସିଡ଼ିଆର ବାହାର କରି ଏହି ଲୋକଙ୍କୁ ପଚରା ଉଚରା କରୁଛି । ମିଳିଥିବା ସୂଚନା ଅନୁସାରେ ମୃତ୍ୟୁ ଦିନ ମହନ୍ତ ନରେନ୍ଦ୍ର ଗିରିଙ୍କ ଫୋନକୁ ୩୫ଟି କଲ ଆସିଥିଲା । ଏଥିରୁ ୧୮ଟି କଲକୁ ସେ ଉଠାଇ କଥା ହୋଇଥିଲେ । କଥା ହୋଇଥିବା ଲୋକଙ୍କ ମଧ୍ୟରେ ହରିଦ୍ୱାରର କିଛି ଲୋକ ରହିଥିବା ବେଳେ ୨ଜଣ ବିଲଡ଼ର ଥିବା ଜଣାପଡ଼ିଛି । ଯେଉଁ ଲୋକଙ୍କ ସହ ମହନ୍ତ କଥା ହୋଇଥିଲେ ସେମାନଙ୍କୁ ପଚରା ଉଚୁରା କରିବ ପୋଲିସ୍ ।
ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସେ ନେଇ ତଦନ୍ତ ଜାରି ରହିଛି । ଏହି ଘଟଣାରେ ସିବିଆଇ ତଦନ୍ତ ଆରମ୍ଭ କରିଛି । ଏହାରି ଭିତରେ ମହନ୍ତଙ୍କ ପ୍ରିୟ ଶିଷ୍ୟ ଆନନ୍ଦ ଗିରିଙ୍କୁ ଗିରଫ କରାଯାଇଛି । ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ଆନନ୍ଦ ଗିରିଙ୍କ ହାତ ଅଛି ନା ନାହିଁ ତାହା ତଦନ୍ତରୁ ସ୍ପଷ୍ଟ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/vlcsnap-2021-09-24-22h18m23s201.png)