ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାକୁ ନେଇ ବଢ଼ୁଛି ରହସ୍ୟ : ମୁଣ୍ଡରେ ଆଘାତ, ଲେଖିନାହାନ୍ତି ସୁଇସାଇଡ୍‌ ନୋଟ୍‌

Advertisment
ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାକୁ ନେଇ ବଢ଼ୁଛି ରହସ୍ୟ : ମୁଣ୍ଡରେ ଆଘାତ, ଲେଖିନାହାନ୍ତି ସୁଇସାଇଡ୍‌ ନୋଟ୍‌

କନକ ବ୍ୟୁରୋ : ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ଯୋଗୀ ସରକାର । ସୋମବାର ମଠର ନିଜ କକ୍ଷରେ ଆତ୍ମହତ୍ୟା କରିଥିଲେ ମହନ୍ତ । ଘଟଣାରେ ଶିଷ୍ୟ ଆନନ୍ଦ ଗିରିଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ପୋଲିସ୍ ଘଟଣାର ତଦନ୍ତ ଚଳାଇଛି । ମୃତ୍ୟୁର କାରଣ ନେଇ ଖୋଳତାଡ ଜାରି ରଖିଛି ଉତରପ୍ରଦେଶ ପୁଲିସ ।

ଘଟଣାରେ ଉତରପ୍ରଦେଶ ପୁଲିସ ୧୮ଜଣିଆ ଏସଆଇଟି ଟିମ ଗଠନ କରି ତଦନ୍ତ ଚଲାଇଛି । ବଦନାମ ଭୟରେ ସେ ଆତ୍ମହତ୍ୟା କରିଥିବା ନିଜ ସୁସାଇଡ ନୋଟରେ ଲେଖିଛନ୍ତି । ଏହାକୁ ଆଧାର କରି ମହନ୍ତ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରି, ପ୍ରୟାଗରାଜ ହନୁମାନ ଗଡିର ପୁରୋହିତ ଆଦ୍ୟା ପ୍ରସାଦ ତିୱାରିଙ୍କୁ ଗିରଫ କରିଛି ପୁଲିସ । ଏସବୁ ଭିତରେ ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ସୁପାରିଶ କରିଛନ୍ତି ଯୋଗୀ ସରକାର ।

ତେବେ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ଏବେ ନୂଆ ରହସ୍ୟ ଉନ୍ମୋଚିତ ହୋଇଛି । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି । ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ଏତେ ବଡ଼ ଆଘାତ କିଭଳି ଲାଗିଲା ତାକୁ ନେଇ ପ୍ରଶ୍ନ ଉଠିଛି। ନିରଂଜନ ଆଖଡ଼ା ମହନ୍ତ ରବିନ୍ଦ୍ର ପୁରୀ ଦାବି କରିଛନ୍ତି ଯେ, ମହନ୍ତ ନରେନ୍ଦ୍ର ଗିରି ମହାରାଜ ଆତ୍ମହତ୍ୟା କରିନାହାନ୍ତି କି ସୁଇସାଇଡ୍‌ ନୋଟ୍‌ ଲେଖିନାହାନ୍ତି ।

ରବିନ୍ଦ୍ର କହିଛନ୍ତି, ଜଣେ ବ୍ୟକ୍ତି ରଶି ଲଗାଇ ଆତ୍ମହତ୍ୟା କରିବାପରେ ତାଙ୍କ ମୁଣ୍ଡରେ କିଭଳି ଆଘାତ ଲାଗିବ । ସେ ଉକ୍ତ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ସେ କହିଛନ୍ତି, ସୁଇସାଇଡ୍‌ ନୋଟ୍‌ ଜଣେ ଅନୁଗାମୀ ଲେଖିଛନ୍ତି ଏବଂ ସେଥି‌ରେ ଏକ ନାମରେ ସଜ୍ଞା ଭୁଲ୍‌ ଅଛି । ମହନ୍ତ ନରେନ୍ଦ୍ର ଗିରି କେବେ ବି ଏଭଳି ଭୁଲ୍‌ କରିବେନି ବୋଲି ସେ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe