କନକ ବ୍ୟୁରୋ : ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ଆଜି ତାଙ୍କର ପୋଷ୍ଟମର୍ଟମ ଶେଷ ହୋଇଛି । ପାଖଶ ପାଖି ୨ ଘଂଟା ଧରି ତାଙ୍କର ପୋଷ୍ଟମର୍ଟମ ଚାଲିଥିଲା । ହେଲେ ତାଙ୍କର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ।
ସେପଟେ ମହନ୍ତଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ମହନ୍ତ ଆନନ୍ଦ ଗିରି ଓ ଆଧ୍ୟା ତିୱାରୀଙ୍କୁ ପୋଲିସ ସାମ୍ନା ସାମ୍ନି ବସାଇ ଜେରା କରୁଛି । ପାଖା ପାଖି ୧୨ ଘଂଟା ଧରି ପୋଲିସ ସେମାନଙ୍କୁ ଜେରା କରିଛି । ଏହି ଜେରା ବେଳେ ସୁଇସାଇଡ ନୋଟ ଓ ବାବାଙ୍କ ହସ୍ତାକ୍ଷର ଉପରେ ବିଶେଷ ଭାବେ ପୋଲିସ ଫୋକସ କରିଛି । ଏହାସହ ପୋଲିସ ଆନନ୍ଦ ଗିରିଙ୍କ ମୋବାଇଲ, ଲାପଟପ ଓ ଅନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣକୁ ଜବତ କରିଛି । ପଚରା ଉଚରା ବେଳେ ଆନନ୍ଦ ଗରି କହିଛନ୍ତି କି ଏହା ତାଙ୍କ ବିରୋଧରେ ଷଡଯନ୍ତ୍ର ।
ଅନ୍ୟପଟେ ମହନ୍ତ ନରେନ୍ଦ୍ର ଗିରିଙ୍କ ପୋଷ୍ଟମର୍ଟମ ସରିବା ପରେ ତାଙ୍କୁ ସମାଧୀ ଦେବା ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ବିଶେଷ ଆୟୋଜନ କରାଯାଇଛି । ମହନ୍ତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସେନେଇ ଏବେ ବି କିଛି ସ୍ପଷ୍ଟ ହୋଇ ନଥିବା ବେଳେ ୟୁପିର ପୂର୍ବତନ ସାଂସଦ ତତା ସନ୍ଥ ରାମ ବିଳାଶ ବେଦାନ୍ତି କହିଛନ୍ତି କି ମହନ୍ତ ନରେନ୍ଦ୍ର ଗିରିଙ୍କ ସୁଇସାଇଡ ନୋଟର ପ୍ରତିଟି ପୃଷ୍ଟାରେ ଭିନ୍ନ ଭିନ୍ନ ହସ୍ତାକ୍ଷର ରହିଛି । ତେଣୁ ଏହି ସୁଇସାଇଡ ନୋଟ ସ୍ପଷ୍ଟ କରୁଛି କି ମହନ୍ତଙ୍କ ମୃତ୍ୟୁ ଏକ ପ୍ରାୟୋଜିତ ହତ୍ୟାକାଣ୍ଡ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/15-30.jpg)