ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା : ୫ଜଣଙ୍କୁ ଏକା ହତ୍ୟା କରିଥିଲା ଶିବପ୍ରସାଦ ସାହୁ

221

କନକ ବ୍ୟୁରୋ : ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାର ଏକ ବଡ ଖୁଲାସା ହୋଇଛି । ବଡ଼ ଭାଇର ପୁରା ପରିବାରକୁ ସାନ ଭାଇ ଶିବ ପ୍ରସାଦ ଏକା ମାରିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । କିନ୍ତୁ ଘଟଣା ଉପରୁ ପରଦା ହଟାଇଛନ୍ତି କଟକ ଗ୍ରାମାଂଚଳ ଅତିରିକ୍ତ ଏସପି । ଶିବ ପ୍ରସାଦ ଏକ ତାଙ୍କ ଭାଇ, ଭାଉଜଙ୍କ ସହ ପୁରା ପରିବାରକୁ ହତ୍ୟା କରିଥିବା ଅତିରିକ୍ତ ଏସପି କହିଛନ୍ତି । ତେବେ ହତ୍ୟାକାଣ୍ଡରେ ଶିବପ୍ରସାଦଙ୍କ ପତ୍ନିଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଉଠୁଥିବା ବେଳେ ପତ୍ନୀଙ୍କୁ ପଚରାଉଚରା କରାଯାଇଛି ।

ଏପଟେ ମାହାଙ୍ଗା କୁସୁପୁରରେ ହତ୍ୟାକାଣ୍ଡର ଡେମୋ ଦେଖାଇଛି ଅଭିଯୁକ୍ତ । କେମିତି ପାଂଚ ପାଂଚ ଜଣଙ୍କୁ ହତ୍ୟା କଲା ୪୫ ମିନିଟି ଧରି ସେଦିନର ପୁରା କାହାଣୀକୁ ପୁଲିସ ଆଗରେ ଦେଖାଇଛି ଶିବ ପ୍ରସାଦ ସାହୁ । ଅଭିଯୁକ୍ତ ଦେଖାଉଥିବା ଡେମୋର ୨ଟି ଭିଡିଓ ଗ୍ରାର୍ଫି କରାଯାଇଛି । ଏହା ସହ କ୍ରାଇମ ସ୍ପଟରୁ ଜୁଡ଼ୁବୁଡ଼ୁ ପୋଷାକ ସହ ଘରର ତାଲା ଭାଙ୍ଗିଥିବା ଶାବଳକୁ ଉଦ୍ଧାର କରିଛି ପୋଲିସ । ଏହା ପରେ କୁସୁପୁର ସ୍ଥିତ ଅଭିଯୁକ୍ତକୁ ତାର ଶଶ୍ୱୁର ଘରକୁ ନେଇଥିଲା ପୋଲିସ ।

ଘଟଣା ଦିନ ବଡ଼ ଭାଇର ପୁରା ପରିବାରକୁ ହତ୍ୟା କରିବା ପରେ ଶ୍ୱଶୁର ଘରକୁ ଆସିଥିଲା ଅଭିଯୁକ୍ତ ଶିବ । ତେଣୁ ଶିବକୁ ତାର ଶଶ୍ୱୁର ଘରକୁ ଆଣିଥିଲା ପୋଲିସ । ଏହା ପରେ ଥାନାକୁ ନେଇଯାଇଛି ପୋଲିସ । ସେଦିନର ଘଟଣାବଳୀ କହୁଥିବା ବେଳେ ଘଟଣାସ୍ଥଳରେ ଏସପି, ଏସଡିପିଓ ଓ ମାହାଙ୍ଗା ଥାନା ଅଧିକାରୀ ଉପସ୍ଥିତ ଥିଲେ । ସୁରକ୍ଷାକୁ ଦୃଷ୍ଟିରେ ରଖି ଗାଁରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଆଜି ଅଭିଯୁକ୍ତ ଶିବ ପ୍ରସାଦର ରିମାଣ୍ଡର ଦ୍ୱିତୀୟ ଦିନ ।