କନକ ବ୍ୟୁରୋ : ୨ ବର୍ଷ ତଳେ ଏକମାତ୍ର ପୁଅର ମୃତ୍ୟୁ ପରେ ନିର୍ମାଣ ଶ୍ରମିକ ବୋର୍ଡ ପକ୍ଷରୁ ମିଳିଛି ୨ ଲକ୍ଷ ୫ ହଜାର ଟଙ୍କାର ଡେମୋ ଚେକ୍ । ୯ ମାସ ତଳୁ ଚେକ୍ ମିଳିଥିବା ବେଳେ ଆଜି ବି ସହାୟତାକୁ ଅପେକ୍ଷା କରିଛନ୍ତି ନିଶ୍ଚିନ୍ତକୋଇଲି ବ୍ଲକ ଓର୍ତି ପଂଚାୟତର ଲକ୍ଷ୍ମୀଧର ନାୟକ । ସରକାର ଘୋଷଣା କରିଥିବା ଅନୁକମ୍ପାମୂଳକ ସହାୟତା ତ ମିଳିନି, ସରକାରୀ ଯୋଜନାରେ ପକା ଘରଟିଏ ବି ମିଳିନାହିଁ । ଲକ୍ଷ୍ମୀଧରଙ୍କ ଘରକୁ ଦେଖିଲେ, ଯେ କେହି ବି କହିବେ, ବୋଧେ ଏଇଠି ଅଟକି ଯାଇଛି ବିକାଶ ।
ପୁଅ ନାହିଁ କି ପାଖରେ ଟଙ୍କାଟିଏ ନାହିଁ । ସ୍ୱାମୀ-ସ୍ତ୍ରୀ ଦୁହେଁ ଗଣ୍ଡାଏ ଖାଇବା ପାଇଁ ସଂଘର୍ଷ କରୁଥିବା ବେଳେ ଚେକ୍ ଧରି ଅନେକ ଥର ଲେବର ଅଫିସକୁ ଯାଇଛନ୍ତି ଲକ୍ଷ୍ମୀଧର । ହେଲେ ଥରକୁ ଥର ଭିଳି କି ଭଳି ପ୍ରତିଶ୍ରୁତି ମିଳିଛି, ହେଲେ ପଇସା ମିଳୁନଥିବା ଦୁଃଖର ସହ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/19-2.jpg)