କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଜେପିର ଜୋରଦାର ପ୍ରତିବାଦ । ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଭିଯୋଗ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ବିଶାଳ ରାଲି କରିଛି । ଆଜି ବିଧାନସଭା ଘେରାଉ କରିବା ପାଇଁ ବିଜେପି ନେତା ଓ କର୍ମୀମାନେ ପଦଯାତ୍ରା କରି ଦଳୀୟ କାର୍ଯ୍ୟାଳୟରୁ ବାହାରିଥିଲେ । ଏହାପରେ ଭୁବନେଶ୍ୱର ଲୋୟର ପିଏମଜିରେ ଦଳ ପକ୍ଷରୁ ଧାରଣା ଦିଆଯାଇଥିଲା ।

Advertisment

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ମାହାଙ୍ଗାର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା କରାଯାଇଥିଲା ଏବଂ ଏହି ଘଟଣାର ଏତଲାରେ ୧୩ ନମ୍ବର ଅଭିଯୁକ୍ତ ଭାବେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଥିଲେ ମଧ୍ୟ ସରକାର କାହିଁକି ପଛ ଘୁଂଚା ଦେଉଛନ୍ତି ବୋଲି ଦଳ ପ୍ରଶ୍ନ ଛିଡା କରିଛି । ଅନ୍ୟପଟେ ବିଜେଡି ମଧ୍ୟ ଏହାର ଜବାବ ରଖିଛି ।

ଖାଲି ସେତିକି ନୁହେଁ ମାହାଙ୍ଗା ପ୍ରସଙ୍ଗକୁ ନେଇ ବିଧାନସଭା ଶୂନ୍ୟକାଳରେ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି । ରାଜ୍ୟର ଆଇନ ବ୍ୟବସ୍ଥା ଶାସକ ଓ ବିରୋଧୀଙ୍କ ପାଇଁ ଅଲଗା ଅଲଗା  କି ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ ଉଠାଇଛନ୍ତି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ଜଣେ ମନ୍ତ୍ରୀଙ୍କ ନାଁରେ ଏତଲା ହୋଇଥିଲେ ସୁଦ୍ଧା ସରକାର ତାଙ୍କୁ କାହିଁକି ଗିରଫ କରୁନାହାନ୍ତି ବୋଲି ପ୍ରଦୀପ୍ତ ନାୟକ ପଚାରିଛନ୍ତି । କଂଗ୍ରେସ ଅଭିଯୋଗ ତାଲିକାରେ ଥିବା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ସେପଟେ ପବିତ୍ର ଗୃହରେ ଅପବିତ୍ର ଲୋକଙ୍କ କଥା ନ ଉଠାଯାଉ ବୋଲି ପ୍ରତିକ୍ରିୟା ରଖିଥିଲେ ବିଜେଡି ବିଧାୟକ ।