ମାହାଙ୍ଗା ଡବଲ ମର୍ଡର ଘଟଣାରେ ଜୋରଧରିଲା ରାଜନୀତି: ସମସ୍ତ ଅଭିଯୁକ୍ତଙ୍କ ଗିରଫ ସହ ଆଇନ୍ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପିର ଡିଜି ଅଫିସ ଘେରାଉ

ଡିଜିଙ୍କୁ ଚିଠି ଲେଖି ରାଜନୈତିକ ହିଂସାର ତାଲିକା ଦେଲେ ଅପରାଜିତା

147

କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ରାଜନୀତି । ବିଜେପି ନେତା କୁଳମଣୀ ବରାଳ ଓ ତାଙ୍କ ସହଯୋଗୀ ହତ୍ୟାକାଣ୍ଡ ଘଟଣାରେ ବିଜେପି କର୍ମୀମାନେ ଆଜି କଟକ ଡିଜି ଅଫିସ ଘେରାଉ କରିଛନ୍ତି । ଦଳୀୟ ନେତାଙ୍କ ସହ ଶହଶହ କର୍ମୀ ଏକାଠି ହୋଇ ଡିଜି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।   ସମସ୍ତ ଅଭିଯୁକ୍ତଙ୍କ ଗିରଫ ସହ ଆଇନ୍ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପିର ଡିଜି ଅଫିସ ଘେରାଉ କରିଛି ।

ଡିଜିଙ୍କୁ ଚିଠି ଲେଖି ରାଜନୈତିକ ହିଂସାର ତାଲିକା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ବିଜେପି କହିଛି ରାଜ୍ୟରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ବିଗିଡି ଯାଇଛି । ରାଜନୈତିକ ହିଂସା ବଢିଛି । ଏହାକୁ ଦୃଷ୍ଟିରେ ରଖି ସେଠାରେ ୧୯ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହ ପୁରା ପୁଲିସ ମୁଖ୍ୟାଳୟକୁ  ବ୍ୟାରିକେଡରେ କଡନ କରାଯାଇଛି । ଆଇନ ମନ୍ତ୍ରୀଙ୍କ ବହିଷ୍କାର ଦାବି ଓ  ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ  ଏହି ଆନ୍ଦୋଳନ କରୁଛନ୍ତି ।