କନକ ବ୍ୟୁରୋ : ଜୀବନ ଜୀବୀକା ପାଇଁ ଜାରି ରହିଛି ସଂଘର୍ଷ । କୌଳିକ ବୃତ୍ତି ବଂଚାଇବାକୁ ଦିନ ରାତି ଏକାଠି କରିଦେଇଛନ୍ତି । ହେଲେ ଆବଶ୍ୟକ ଅନୁସାରେ ମିଳୁନି ପାଉଣା । ପେଟ ପାଟଣା ବଂଚାଇବାକୁ ଅହ ରହ ସଂଘର୍ଷ କରିଚାଲିଛନ୍ତି ମାହାଙ୍ଗା ଲଳିତଗିରିରର ପଥର କାରିଗର ମାନେ । ନିହଣ ମୁନରେ ପଥରରେ ଦିଅନ୍ତି ଜୀବନ୍ତ ରୂପ । ହାତୁଡିରେ ପଥର ଭାଙ୍ଗି ବିଭିନ୍ନ ପ୍ରକାର ପଥରର ମୂର୍ତିମାନ ଗଢିଚାଲିଛନ୍ତି । ଗାଁର ୨୬୦ରୁ ଅଧିକ ପରିବାର ରହୁଛନ୍ତି । ଏଥିରୁ ପ୍ରାୟ ଏହି ପଥର କାମ କରି ପରିବାର ଚଳାଉଛନ୍ତି । ରାତି ପାଇଲେ ପରିବାରର ଛୋଟରୁ ବଡ ସମସ୍ତେ ଲାଗିପଡୁଛନ୍ତି ବିଭିନ୍ନ ମୂର୍ତି ଗଢିବାରେ । ସେପଟେ ପାହାଡ ଖୋଳିିବା ନେଇ କଟକଣା କରାଯାଇଥିବା ବେଳେ ଏହିକ କଟକଣା ଆଣିଦେଇଛି ଦୁଃଖ । ବାହାରୁ ପଥର ମଗାଇ ମୂର୍ତି ଗଢିବାକୁ ପଡୁଛି ଏହି ପଥର ଶିଳ୍ପୀ ମାନଙ୍କୁ । ତା ପରେ ବି ଦୁଇ ପଇସା ଲାଭ ସେମାନଙ୍କ ପାଇଁ ସ୍ୱପ୍ନ୍ ପାଲଟିଛି ।

Advertisment

୪ ପ୍ରକାର ପଥର ଶିଳ୍ପୀ କାମରେ ଲାଗିଛନ୍ତି । ପ୍ରଥମ ପଥର ଖୋଦେଇ କରନ୍ତି ତାପରେ ପଥର ଖୋଳି ବିଭିନ୍ନ କାରୁକାର୍ଯ୍ୟ କରିଥାନ୍ତି । ପଥରରେ ଶେଷ ସ୍ପର୍ଶ ଦେଇଥାନ୍ତି କାରିଗର । ଗୋଟିଏ ପଥର ମୂର୍ତିରେ ରୂପ ଦେବାକୁ ଲାଗିଥାନ୍ତି ୪ରୁ ୫ ଜଣ କାରିଗର । ୩ଫୁଟ ମୂର୍ତିରେ ଲାଗିଯାଏ ପ୍ରାୟ ୭ଦିନ ଭଳି ସମୟ । ପଥର ଶିଳ୍ପର ଚାହିଦା ବଢୁଥିବା ବେଳେ ବଜାର ସୁବିଧା ନାହିଁ । ଏନେଇ କାରିଗର କ୍ଷତିରେ ପଡୁଥିବା ବେଳେ ଧୀରେ ଧୀରେ ଏହି କାମରୁ ମୁହଁ ଫେରାଇଲେଣି ପଥର କାରିଗର ମାନେ ।

ଶିଳ୍ପୀ ମାନଙ୍କୁ ସାହାଯ୍ୟ ସହଯୋଗ ସହ ଗାଁକୁ ଶିଳ୍ପୀ ଗାଁ ଭାବେ ଘୋଷଣା କରିବାକୁ ଦାବି ହୋଇ ଆସୁଛି । ହେଲେ ଏଥି ପ୍ରତି କିନ୍ତୁ ପ୍ରଶାସନର ନଜର ନାହିଁ ।