କନକ ବ୍ୟୁରୋ: ମାହାଙ୍ଗା ଛାତ୍ରୀ ମୃତ୍ୟୁ ମାମଲାରେ ରହସ୍ୟ ଖୋଲିବାକୁ ତଦନ୍ତ ଚଳାଇଛି ପୋଲିସ୍ । ଏନେଇ ଅଭିଯୁକ୍ତ ଶରତ ନାୟକଙ୍କୁ ପଚରାଉଚରା ହୋଇଛି । ଏହାସହ ଘଟଣାରେ ସାମ୍ନାକୁ ଆସିଥିବା ଅଡ଼ିଓ କ୍ଲିପକୁ ମଧ୍ୟ ଯାଂଚ କରାଯିବ । ଝିଅର ପ୍ରେମିକଙ୍କ ମା ସହ ଶରତ କଥା ହେଉଥିବାର ଅଡିଓ ଭାଇରାଲ ହୋଇଛି । ପୋଲିସ ସହ କଥା ହୋଇ ଶବ ବ୍ୟବଚ୍ଛେଦ କରାଇନଥିବା ସ୍ପଷ୍ଟ ଭାବେ କହୁଛନ୍ତି ଶରତ ନାୟକ । ସମ୍ପୂର୍ଣ୍ଣ ଯାଂଚ ରିପୋର୍ଟ ଆସିବା ପରେ ତଦନ୍ତ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲା ଏସପି ମିହିର ପଣ୍ଡା । ଗଣମାଧ୍ୟମରେ ଦର୍ଶାଯାଇଥିବା କିଛି ତଥ୍ୟ ଉପରକୁ ମଧ୍ୟ ପୋଲିସ ନଜର ଦେଉଛି । ଘଟଣା ସହିତ ଜଡ଼ିତ ଥିବା ସବୁ ଦିଗ ଓ ସବୁ ପକ୍ଷଙ୍କୁ ଜେରା କରାଯିବ ।

Advertisment

ମାହାଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଜୋରଦାର ହୋଇଛି ବୟାନବାଜି । ପୁଲିସ ଦୁଇ ମାସ କାଳ ନିସ୍କ୍ରିୟ ରହି ପୋଷ୍ଟମର୍ଟମ ନ କରିବା ଅତ୍ୟନ୍ତ ଚିନ୍ତା ଜନକ ବୋଲି କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସଂହାର । ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ଘନିଷ୍ଠ ସହଯୋଗୀ ଶରତ ନାୟକଙ୍କ ଇଙ୍ଗିତରେ ଏସବୁ କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି କୌଣସି ଘଟଣାରେ ବିଜେଡି ଦଳୀୟ କର୍ମକର୍ତା ସମ୍ପୃକ୍ତ ଥିଲେ ସେହି ଘଟଣାକୁ ଚପାଇ ଦେବାକୁ ଦଳ ଉଦ୍ୟମ କରେ । କଂଗ୍ରେସ ଓ ବିଜେପିର ଅଭିଯୋଗର ଜବାବ ରଖିଛି ବିଜେଡି ।

ମାହାଙ୍ଗା ଛାତ୍ରୀ ମୃତ୍ୟୁକୁ ୨ ମାସ ପୁରିଥିଲେ ବି କାହିଁକି ପ୍ରକୃତ ରହସ୍ୟ ସାମ୍ନାକୁ ଆସିପାରୁନି, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।