କନକ ବ୍ୟୁରୋ : ମହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି । ଆସନ୍ତା ୧୯ ତାରିଖରେ ହେବ ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣି । ହାଇକୋର୍ଟ ମାମଲାର ଶୁଣାଣି କରିବେ । ପରବର୍ତି ଶୁଣାଣି ପର୍ଯ୍ୟନ୍ତ କୌଣସି କଡା କାର୍ଯ୍ୟାନୁଷ୍ଠାନ ନନେବାକୁ ସାଲେପୁର କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସାଲେପୁର ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟ ଯାଇଥିଲେ ବିଜେଡି ବିଧାୟକ ପ୍ରତାପ ଜେନା ।

Kanak News is now on WhatsApp
Join and get latest news updates delivered to you via WhatsApp
ଗତକାଲି ସାଲେପୁର କୋର୍ଟ ଆସନ୍ତା ୧୮ ତାରିଖରେ ମାମଲାର ପରବର୍ତି ଶୁଣାଣି କରିବାକୁ ଧାର୍ଯ୍ୟ କରିଥିଲେ । ଏହା ଉପରେ ରୋକ ଲଗାଇଛନ୍ତି କୋର୍ଟ । ଗତ ଅକ୍ଟୋବର ୩୧ ତାରିଖରେ କୋର୍ଟରେ ହାଜାର ହେବାକୁ ପ୍ରତାପ ଜେନାଙ୍କୁ ନୋଟିସ୍ ଜାରି କରିଥିଲେ ଜେଏମଏଫସି କୋର୍ଟ । କିନ୍ତୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଇ ହାଜର ହୋଈନଥିଲେ ମାହାଙ୍ଗା ବିଧାୟକ । ୨୦୨୧ ଜାନୁଆରୀ ୩ ତାରିଖରେ ବିଜେପି ନେତା ତଥା ପୂର୍ବତ ମାହାଙ୍ଗା ବ୍ଳକ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଦିବ୍ୟସିଂଘ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ପରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ ବିଶ୍ୱାଳଙ୍କ ଟାଙ୍ଗି-କଟକ ରାସ୍ତା ସନ୍ଦେହଜନକ ଭାବେ ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଉଭୟ ମାମଲାରେ ପ୍ରତାପ ଜେନାଙ୍କ ହାତ ଥିବା ଅଭିଯୋଗ କରିଥିଲା ବିଜେପି ।