Advertisment

କନକ ବ୍ୟୁରୋ : ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣା । ଗିରଫ ୬ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଜାମିନ୍ ମିଳିଲାନି । ୬ଅଭିଯୁକ୍ତଙ୍କୁ ମାହାଙ୍ଗା ଥାନା ପୋଲିସ ଗିରଫ କରିଥିଲା । କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା କରାଯାଇଥିଲା । ୨୦୨୧ ଜାନୁଆରୀ ୨ରେ ହତ୍ୟା କରାଯାଇଥିଲା ।

ତେବେ, ପୂର୍ବରୁ ତଦନ୍ତକାରୀ ଅଧିକାରୀ ଆବେଦନରେ ଦର୍ଶାଇଥିଲେ, ଭିକାରି ଓ କ୍ଷିତିଶଙ୍କ ସହିତ ବାପି ବିଶ୍ବାଳଙ୍କ ଫୋନରେ କଥାବର୍ତ୍ତା ସଂପର୍କରେ ତଥ୍ୟ ମିଳିଛି । ଏଥିସହିତ ଭିକାରି ଓ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ ବ୍ୟବହାର କରୁଥିବା ଫୋନ୍‌ରେ କଲ୍ ହୋଇଥିଲା। ପ୍ରାଣ ହରାଇଥିବା ଅନ୍ୟତମ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳଙ୍କ ସହିତ ବାପି ବିଶ୍ବାଳ ଓ ଶରତ ନାୟକ ଫୋନ୍‌ ଯୋଗାଯୋଗରେ ଥିବା ସିଡିଆର ଯାଞ୍ଚରୁ ଜଣାପଡ଼ିଥିଲା ।

ଏଭଳି ସ୍ଥିତିରେ ସା‌ଲେପୁର ସବ୍‌-ଜେଲ୍‌ରେ ଥିବା ଭିକାରି ସ୍ବାଇଁ ଓ କ୍ଷିତିଶ ଆଚାର୍ଯ୍ୟଙ୍କୁ ପଚରାଉଚୁରା ପାଇଁ ଆବଶ୍ୟକ ଅନୁମତି ପ୍ରଦାନ କରାଯାଉ ବୋଲି ତଦନ୍ତକାରୀ ଅଧିକାରୀ ପ୍ରାର୍ଥନା କରିଥିଲେ । ଏ ନେଇ ତଦନ୍ତକାରୀ ଅଧିକାରୀଙ୍କ ପକ୍ଷରୁ ଜାନୁଆରି ୧୧ରେ ଅଦାଲତରେ ଆବେଦନ କରାଯାଇଥିଲା । ଏଥିସହିତ ଜାନୁଆରି ୧୧ରେ ତଦନ୍ତକାରୀ ଅଧିକାରୀ ଅଦାଲତରେ କେସ୍ ଡାଏରି ଦାଖଲ କରିଥିଲେ। ଫୌଜଦାରୀ କାର୍ଯ୍ୟବିଧି ସଂହିତାର ଧାରା ୧୬୧ରେ ରେକର୍ଡ କରାଯାଇଥିବା କେତେକ ସାକ୍ଷୀଙ୍କ ବୟାନର କପି ତଦନ୍ତକାରୀ ଅଧିକାରୀ ଅଦାଲତରେ ଦାଖଲ କରିଥିଲେ ।