କନକ ବ୍ୟୁରୋ: ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାରେ ୨୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ । ଆସନ୍ତା ୨୯ ତାରିଖ ସୁଦ୍ଧା ଚାର୍ଜସିଟ୍ ଓ ସିଡ଼ିଆର ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର ଜେଏମଏଫସି କୋର୍ଟ । ପୋଲିସକୁ ସାଲେପୁର ଜେଏମଏଫସି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ନୃତାଙ୍ଗ ପଞ୍ଚାୟତର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ବିଜେପି ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଥିଲା । ଏହି ଘଟଣା ପଛରେ ରାଜନୈତିକ ଶତ୍ରୁତା ଥିବା କୁହାଯାଇଥିଲା । ଏବେ କୋର୍ଟ ଏହି ଘଟଣାରେ ଚାର୍ଜସିଟ୍ ଓ ସିଡିଆର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମାହାଙ୍ଗା ଡବଲ ମର୍ଡର ଘଟଣା, ୨୯ ସୁଦ୍ଧା ରିପୋର୍ଟ ପାଇଁ ନିର୍ଦ୍ଦେଶ
ଆସନ୍ତା ୨୯ ସୁଦ୍ଧା ଚାର୍ଜସିଟ ଓ ସିଡିଆର୍ ରିପୋର୍ଟ ଦାଖଲ ନିର୍ଦ୍ଦେଶ
ମାହାଙ୍ଗା ପୋଲିସକୁ ସାଲେପୁର ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ#Odisha#KanakNewspic.twitter.com/LLL6Vkh410— Kanak News (@kanak_news) November 26, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/6-38.jpg)