କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ମାମଲା ଶୁଣାଣି କଲେ ନୂଆ ବିଚାରପତି । ଜଷ୍ଟିସ୍ ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠ ବିଧାୟକ ପ୍ରତାପ ଜେନାଙ୍କ ମାମଲାର ଶୁଣାଣି କରିଛନ୍ତି । ମାର୍ଚ୍ଚ ୧୫ ତାରିଖରେ ମାମଲାର ପରବର୍ତୀ ଶୁଣାଣି କରାଯିବ । ସେପର୍ଯ୍ୟନ୍ତ ବିଧାୟକଙ୍କ ଅନ୍ତରୀଣ ସୁରକ୍ଷା ବଳବତର ରହିବ । ଏହି ଅବଧି ମଧ୍ୟରେ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ ପୋଲିସ । ତେବେ ପୂର୍ବରୁ ଏହି ମାମଲାରୁ ଓହରି ଯାଇଥିଲେ ବିଚାରପତି ଜଷ୍ଟିସ୍ ବି.ପି ରାଉତରାୟ । ଗତ ୧୬ ତାରିଖରେ ଜଷ୍ଟିସ୍ ବି.ପି ରାଉତରାୟ ମାମଲାରୁ ଓହରି ଯିବାର ଏକ ସପ୍ତାହ ମଧ୍ୟରେ ଅନ୍ୟ ଜଣେ ବିଚାରପତି ଏହାର ଶୁଣାଣି କରିବେ କହିଥିଲେ କୋର୍ଟ । ୨୦୨୧ ଜାନୁଆରୀ ୩ ତାରିଖରେ ବିଜେପି ନେତା ତଥା ପୂର୍ବତନ ମାହାଙ୍ଗା ବ୍ଳକ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଦିବ୍ୟସିଂଘ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ପରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ ବିଶ୍ୱାଳଙ୍କ ଟାଙ୍ଗି-କଟକ ରାସ୍ତାରେ ସନ୍ଦେହଜନକ ଭାବେ ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା ।