କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ । ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟଙ୍କ ସମନ । ଆସନ୍ତା ୩୧ ତାରିଖରେ କୋର୍ଟରେ ହାଜର ହେବାକୁ ସମନ କରିଛନ୍ତି ସାଲେପୁର ଜେଏମଏଫସି କୋର୍ଟ । ସ୍ପେଶାଲ ମେସେଞ୍ଜର ମାଧ୍ୟମରେ ସମନ ପଠାଇଲେ କୋର୍ଟ । ପ୍ରତାପଙ୍କ ନାମରେ ୩୦୨ ଦଫାରେ ମାମଲା ରୁଜୁ ହେବା ପରେ ଆଜି କୋର୍ଟରେ ହାଜର ହେବାକୁ ନୋଟିସ କରାଯାଇଥିଲା । କିନ୍ତୁ ଏବେ ସାଲେପୁର ଜେଏମଏଫସି କୋର୍ଟ ପ୍ରତାପଙ୍କ ନାଁରେ ସମନ ଜାରି କରିଛି ।
ପୂର୍ବରୁ ଗତ ୨୫ ତାରିଖଦିନ ପ୍ରତାପ ଜେନାଙ୍କ ନାଁରେ ମାମଲା ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମଏଫସି କୋର୍ଟ । ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଦଫା ମାମଲାକୁ ଚାଲୁ ରଖିବାକୁ ନିର୍ଦ୍ଦେଶ ହୋଇଥିବାବେଳେ, ଏହା ଏକ ଧର୍ତ୍ତବ୍ୟ ଅପରାଧ ଭାବେ ମାମଲା ଚାଲୁ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରତାପ ଜେନା ବିଧାୟକ ହୋଇଥିବାରୁ ଏହି ମାମଲାକୁ ଭୁବନେଶ୍ୱର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର କରିଥିଲେ ସାଲେପୁର ଜେଏମଏଫସି କୋର୍ଟ ।
ସୂଚନା ମୁତାବକ, ୨୦୨୧ ଜାନୁଆରୀ ୨ ତାରିଖ ସଂଧ୍ୟାରେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସଂପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ବିଜେଡି ବିଧାୟକ ପ୍ରତାପ ଜେନାଙ୍କୁ ୧୩ ନମ୍ବର ମୁଦାଲା ଭାବେ ଦର୍ଶା ଯାଇଥିବାବେଳେ ପୋଲିସ ଚାର୍ଜସିଟ ଦାଖଲ ବେଳେ ତାଙ୍କ ନାଁକୁ କାଟି ଦେଇଥିବା ଅଭିଯୋଗ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/10/Health-Minister-Pratap-Jena.jpg)