କନକ ବ୍ୟୁରୋ : ଦୁର୍ଘଟଣା ଛଡାଇ ନେଲା ବଂଚିବାର ରାହା । ହେଲେ ସବୁଠୁ ବଡ ଦୁଃଖ ଦେଇଛି ତ୍ରୁଟିପୁର୍ଣ୍ଣର୍ ଦିବ୍ୟାଙ୍ଗ ପ୍ରମାଣ ପତ୍ର । କଟକ ମାହାଙ୍ଗା ବ୍ଳକ ମଣିଜୋରି ଗାଁର ପ୍ରଦୀପ୍ତ ବେହେରା । କରୋନା ମହାମାରୀ ବେଳେ ଏକ ଦୁର୍ଘଟଣାରେ ଚାଲିବାର କ୍ଷମତା ହରାଇ ବସିିଥିଲେ । ଅଭାବୀ ପରିବାର ଉପରେ ୨୩ ବର୍ଷର ଯୁବକ ଜଣକ ପାଲଟିଯାଇଥିଲେ ବୋଝ । ଅନଟନ ଯେିତିକି ବାଧୁଛି ତାଠୁ ବେଶୀ ବାଧୁଛି ସରକାରଙ୍କ ଦିଆଯାଇଥିବା ତ୍ରୁଟିପୁର୍ଣ୍ଣର୍ ଦିବ୍ୟାଙ୍ଗ ପ୍ରମାଣ ପତ୍ର । ସମ୍ପୁର୍ଣ୍ଣ ଭିନ୍ନକ୍ଷମ ପ୍ରଦୀପ୍ତଙ୍କ ପ୍ରମାଣ ପତ୍ରରେ ୮୦ ପ୍ରତିଶତ ଦିବ୍ୟାଙ୍ଗ ଓ ସାମୟିକ ଭାବେ ଭିନ୍ନକ୍ଷମ ବୋଲି ଲେଖାଯାଇଛି । ଯାହାଫଳରେ ଦିବ୍ୟାଙ୍ଗ ଭତ୍ତାରୁ ନେଇ ଅନ୍ୟ ସମସ୍ତ ସରକାରୀ ସୁବିଧାରୁ ବଂଚିତ ରହିଛନ୍ତି ପ୍ରଦୀପ୍ତ । ଏପର୍ଯ୍ୟନ୍ତ ତାଙ୍କୁ ଟ୍ରାଇସାଇକେଲଟିଏ ବି ମିଳିପାରିନି । ବିଭିନ୍ନ ସ୍ଥାନରେ ସମସ୍ୟା ଜଣାଇଥିଲେ ବି ୩ ବର୍ଷ ହୋଇଗଲାଣି । ହେଲେ ପ୍ରଦୀପ୍ତଙ୍କ ଦୁଃଖ ଶୁଣିବାକୁ କେହି ନାହିଁ ।
ବାପା କ୍ଷେତରେ ଚାଷ କଲେ ପରିବାର ଚଳେ । ସାନ ଭାଇ ଭଉଣୀ ପାଠ ପଢୁଛନ୍ତି । ହେଲେ ଅଭାବ ଅନଟନ ଭିିତରେ ପ୍ରଦୀପ୍ତଙ୍କ ଅବସ୍ଥା ଦେଖି ପରିବାର ଆଖିରୁ ଲୁହ ଶୁଖୁନି । ପ୍ରଦୀପ୍ତଙ୍କ ସମସ୍ୟା ନେଇ ମାହାଙ୍ଗା ବିଡ଼ିଓଙ୍କୁ ଯୋଗାଯୋଗ କରାଯାଇଥିଲା । ତ୍ରୁଟିପୁର୍ଣ୍ଣ ପ୍ରମାଣ ପତ୍ର ପାଇଁ ଦୁଃଖ ପ୍ରକାଶ କରିବା ସହିତ ଖୁବଶୀଘ୍ର ସମସ୍ୟାର ସମାଧାନ କରି ଭତା ଆଦି ପ୍ରଦାନ କରିବାକୁ ଦେଇଛନ୍ତି ପ୍ରତିଶ୍ରୁତି ।
ଅଭାବ ଭିତରେ ଦିବ୍ୟାଙ୍ଗ ପ୍ରଦୀପ୍ତଙ୍କ ସମସ୍ୟା ଆହୁରି ଦୁଇ ଗୁଣିତ ହୋଇଗଲାଣି । ଏଥିପ୍ରତି ଖୁବ ଶିଘ୍ର ଗୁରୁତ୍ୱ ଦିଆଯାଇ ସହାୟତା କରାଯାଇପାରିଲେ ତାଙ୍କ ପରିବାର ଉପକୃତ ହୋଇପାରିବେ ।