ଚର୍ଚ୍ଚାରେ ମାହାଙ୍ଗା ବିଧାନସଭା ଆସନ । କିଏ ମାରିବ ବାଜି, ବିଜେଡ଼ିର ଅଙ୍କିତ୍ ପ୍ରତାପ ଜେନା ନା ବିଜେପିର ସୁମନ୍ତ କୁମାର ଘଡ଼େଇ?

847

କନକ ବ୍ୟୁରୋ: ମାହାଙ୍ଗା ବିଧାନସଭା ଆସନକୁ ନେଇ ଚର୍ଚ୍ଚା । କିଏ ମାରିବ ମାହାଙ୍ଗା ବାଜି । ବିଜେଡିର ଅଙ୍କିତ ପ୍ରତାପ ଜେନା ନା ବିଜେପିର ସୁମନ୍ତ କୁମାର ଘଡେଇ । ଏଥର ମାହାଙ୍ଗାରେ ଦୁଇ ଦଳ ନୂଆ ମୁହଁ ଦେଇଛନ୍ତି । ହେଲେ କଂଗ୍ରେସ ଏଯାଏଁ ମାହାଙ୍ଗା ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ଯଦି କଂଗ୍ରେସ ନୂଆ ମୁହଁ ଦିଏ ତେବେ, ଏଠାରେ ନୂଆ ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳିପାରେ । ମାହାଙ୍ଗାରେ ଏବେ ବିଧାୟକ ଅଛନ୍ତି ପ୍ରତାପ ଜେନା । ହେଲେ ବିଜେଡି ଏଥର ତାଙ୍କୁ ଟିକେଟ୍ ନଦେଇ ତାଙ୍କ ପୁଅ ଅଙ୍କିତଙ୍କୁ ଟିକେଟ୍ ଦେଇଛି ।

ମାହାଙ୍ଗା: ୨୦୨୪
ବିଜେପି- ସୁମନ୍ତ କୁମାର ଘଡେଇ
ବିଜେଡି- ଅଙ୍କିତ ପ୍ରତାପ ଜେନା
କଂଗ୍ରେସ- ?

ମାହାଙ୍ଗା ବିଧାନସଭା- ୨୦୧୯
– ୨୦୧୯ରେ ମହାଙ୍ଗାରେ ବିଜୟୀ ହୋଇଥିଲେ ପ୍ରତାପ ଜେନା
– ପ୍ରତାପ ଜେନା ପାଇଥିଲେ ୧ ଲକ୍ଷ ୬ ହଜାର ୫୪ ଖଣ୍ଡ ଭୋଟ୍
– ବିଜେପି ପ୍ରାର୍ଥୀ ସାରଦା ପ୍ରଧାନଙ୍କଠାରୁ ୨୯ ହଜାର ୫୮୫ ଭୋଟରେ ବିଜୟୀ
– ବିଜେପିର ସାରଦା ପ୍ରଧାନ ପାଇଥିଲେ ୭୬ ହଜାର ୪୬୯ ଭୋଟ୍
– ତୃତୀୟ ସ୍ଥାନରେ ଥିବା କଂଗ୍ରେସର ଦେବେନ୍ଦ୍ର ସାହୁ ୧୪ ହଜାର ୯୨୨ ଭୋଟ୍ ପାଇଥିଲେ
– ଏଥର ପ୍ରତାପ ଜେନାଙ୍କୁ ଟିକେଟ୍ ଦେଇନାହିଁ ବିଜୁ ଜନତା ଦଳ
– ପ୍ରତାପଙ୍କ ସ୍ଥାନରେ ତାଙ୍କ ପୁଅ ଅଙ୍କିତ ଜେନାଙ୍କୁ ବିଜେଡି ଟିକେଟ୍ ଦେଇଛି