କନକ ବ୍ୟୁରୋ: ମାହାଙ୍ଗା ବିଧାନସଭା ଆସନକୁ ନେଇ ଚର୍ଚ୍ଚା । କିଏ ମାରିବ ମାହାଙ୍ଗା ବାଜି । ବିଜେଡିର ଅଙ୍କିତ ପ୍ରତାପ ଜେନା ନା ବିଜେପିର ସୁମନ୍ତ କୁମାର ଘଡେଇ । ଏଥର ମାହାଙ୍ଗାରେ ଦୁଇ ଦଳ ନୂଆ ମୁହଁ ଦେଇଛନ୍ତି । ହେଲେ କଂଗ୍ରେସ ଏଯାଏଁ ମାହାଙ୍ଗା ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ଯଦି କଂଗ୍ରେସ ନୂଆ ମୁହଁ ଦିଏ ତେବେ, ଏଠାରେ ନୂଆ ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳିପାରେ । ମାହାଙ୍ଗାରେ ଏବେ ବିଧାୟକ ଅଛନ୍ତି ପ୍ରତାପ ଜେନା । ହେଲେ ବିଜେଡି ଏଥର ତାଙ୍କୁ ଟିକେଟ୍ ନଦେଇ ତାଙ୍କ ପୁଅ ଅଙ୍କିତଙ୍କୁ ଟିକେଟ୍ ଦେଇଛି ।
ମାହାଙ୍ଗା: ୨୦୨୪
ବିଜେପି- ସୁମନ୍ତ କୁମାର ଘଡେଇ
ବିଜେଡି- ଅଙ୍କିତ ପ୍ରତାପ ଜେନା
କଂଗ୍ରେସ- ?
ମାହାଙ୍ଗା ବିଧାନସଭା- ୨୦୧୯
- ୨୦୧୯ରେ ମହାଙ୍ଗାରେ ବିଜୟୀ ହୋଇଥିଲେ ପ୍ରତାପ ଜେନା
- ପ୍ରତାପ ଜେନା ପାଇଥିଲେ ୧ ଲକ୍ଷ ୬ ହଜାର ୫୪ ଖଣ୍ଡ ଭୋଟ୍
- ବିଜେପି ପ୍ରାର୍ଥୀ ସାରଦା ପ୍ରଧାନଙ୍କଠାରୁ ୨୯ ହଜାର ୫୮୫ ଭୋଟରେ ବିଜୟୀ
- ବିଜେପିର ସାରଦା ପ୍ରଧାନ ପାଇଥିଲେ ୭୬ ହଜାର ୪୬୯ ଭୋଟ୍
- ତୃତୀୟ ସ୍ଥାନରେ ଥିବା କଂଗ୍ରେସର ଦେବେନ୍ଦ୍ର ସାହୁ ୧୪ ହଜାର ୯୨୨ ଭୋଟ୍ ପାଇଥିଲେ
- ଏଥର ପ୍ରତାପ ଜେନାଙ୍କୁ ଟିକେଟ୍ ଦେଇନାହିଁ ବିଜୁ ଜନତା ଦଳ
- ପ୍ରତାପଙ୍କ ସ୍ଥାନରେ ତାଙ୍କ ପୁଅ ଅଙ୍କିତ ଜେନାଙ୍କୁ ବିଜେଡି ଟିକେଟ୍ ଦେଇଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/04/12-17.jpg)