କରୋନାର ସଂକ୍ରମଣ ଭିତରେ ମହାନଦୀକୁ ନେଇ ଆସିଲା ବଡ ଖବର: ପ୍ରାୟ ଅଢେଇ ମାସର ଲକଡାଉନ କଟକଣା ଫଳରେ ୫୦% ପ୍ରଦୂଷଣ ମୁକ୍ତ; ସ୍ୱଚ୍ଛ ପାଣିରେ ଭିତରେ ଦେଖାଯାଉଛି ପଥରଖଣ୍ଡ

607

କନକ ବ୍ୟୁରୋ: କରୋନାର ସଂକ୍ରମଣ ଭିତରେ ମହାନଦୀକୁ ନେଇ ଆସିଲା ବଡ ଖବର । ପ୍ରାୟ ଅଢେଇ ମାସର ଲକଡାଉନ କଟକଣା ଫଳରେ ୫୦ପ୍ରତିଶତ ପ୍ରଦୂଷଣ ମୁକ୍ତ ହୋଇଛି ମହାନଦୀ । ସ୍ୱଚ୍ଛ ପାଣିରେ ଭିତରେ ଦେଖାଯାଉଛି ପଥରଖଣ୍ଡ । ତାଲାବନ୍ଦ ଯୋଗୁଁ ଜୀବନ୍ତ ଓ ନିର୍ମଳ ହେଉଛି ମହାନଦୀ ଜଳ । ତାଲାବନ୍ଦ ଭିତରେ ଗଙ୍ଗା ନଦୀ ପରି ମହାନଦୀ ପାଣିର ପ୍ରଦୂଷଣ କମିଛି । ପାଖାପାଖି ୫୦ପ୍ରତିଶତ କମ୍ ପ୍ରଦୂଷିତ ହୋଇଛି ମହାନଦୀ । ତାଲାବନ୍ଦ ସମୟରେ କଳକାରଖାନା ବନ୍ଦ ସାଙ୍ଗକୁ ଆବର୍ଜନ ନଛାଡିବା ଯୋଗୁଁ ଏହାର ସିଧା ପ୍ରଭାବ ଦେଖିବାକୁ ମିଳିଛି । ଫଳରେ ନିର୍ମଳ ପାଣି ସ୍ପଷ୍ଟ ଭାବ ଦେଖାଯାଉଛି ।

ଲକଡାଉନ ଯୋଗୁଁ ପ୍ରଦୂଷଣ କମିବା ଯୋଗୁଁ କମ୍ ବ୍ୟବହାର ମଧ୍ୟ ହୋଇଛି ମହାନଦୀ । ଫଳରେ ଦୀର୍ଘ ବର୍ଷ ପରେ ମହାନଦୀର ଏହି ନିର୍ମଳ ରୂପ ଦେଖିବାକୁ ମିଳିଛି । ସମ୍ବଲପୁର ଠାରେ ମହାନଦୀର ଏହି ନିର୍ମଳ ରୂପ ଦେଖିବାକୁ ମିଳିଛି । ତଳୁ ଉପର ମୁଣ୍ଡ ଯାଏଁ ପ୍ରଦୂଷଣ ମୁକ୍ତ ପାଣି ବୋହୁଛି । ଲକଡାଉନ ଯୋଗୁଁ ମହାନଦୀ କୂଳରେ ସହରାଂଚଳ, ସମ୍ବଲପୁର ମ୍ୟୁନିସିପାଲିଟି ମଧ୍ୟ ପ୍ରଦୂଷଣ ଜନିତ ପାଣି ସେହି ମାତ୍ରାରେ ଆସିନାହିଁ । ଯାହା ପଳରେ ମହାନଦୀର ପ୍ରଦୂଷଣ କମିଛି ।