କନକ ବ୍ୟୁରୋ: ଓଡିଶା ଓ ଛତିଶଗଡ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ମାମଲା ଶୁଣାଣି ଅଗଷ୍ଟ ୩କୁ ଘୁଞ୍ଚିଲା । ଅଗଷ୍ଟ ୩ ତାରିଖରେ ହେବ ପରବର୍ତ୍ତି ଶୁଣାଣି । ଏନେଇ ସୂଚନା ଦେଇଛନ୍ତି ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ।
ମହାନଦୀ ମାମଲା ଉପରେ ମଧ୍ୟବର୍ତ୍ତିକାଳୀନ ଶୁଣାଣି ପାଇଁ ଆବେଦନ କରିଥିଲା ଓଡିଶା । ଏହି ମାମଲାର ଶୁଣାଣି ପାଇଁ ମେ ୧୧ ତାରିଖ ଦିନ ଟ୍ରିବ୍ୟୁନାଲ୍ ଆଜି ଦିନକୁ ଧାର୍ୟ୍ୟ କରିଥିଲା। କିନ୍ତୁ ଆଜି ଧାର୍ଯ୍ୟ କରାଯାଇଥିବା ସମୟକୁ ଘୁଞ୍ଚାଇ ଅଗଷ୍ଟ ୩ରେ ଶୁଣାଣି ହେବ ବୋଲି ତାରିଖ ନିର୍ଦ୍ଧାରିତ କରାଯାଇଛି ।
ମହାନଦୀ ଜଳ ବିବାଦ ଶୁଣାଣି ପାଇଁ ଟ୍ରିବ୍ୟୁନାଲରେ ଓଡ଼ିଶା ଆବେଦନ କରିବା ପରେ ପୁଣି ଥରେ ମଧ୍ୟବର୍ତ୍ତୀକାଳୀନ ଶୁଣାଣି ପାଇଁ ଆବେଦନ କରିଥିଲା। ମହାନଦୀର ଜଲ ଆଇନଗତ ଭାବେ ଦୁଇ ରାଜ୍ୟ ମଧ୍ୟରେ ବଣ୍ଟନ କରାଯାଉ ବୋଲି ପ୍ରସ୍ତାବ ଦେଇ ପରେ ଛତିଶଗଡ଼ ମଧ୍ୟ ଟ୍ରିବ୍ୟୁନାଲରେ ଆବେଦନ କରିଥିଲା। ଅକ୍ଟୋବର ୧୯ ତାରିଖ ସୁଦ୍ଧା ମହାନଦୀ ଜଳ ବିବାଦ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ଦାଖଲ କରିବାକୁ ଟ୍ରିବ୍ୟୁନାଲ୍ ଦୁଇ ରାଜ୍ୟକୁ ନିର୍ଦେଶ ଦେଇଛନ୍ତି। ସେହି ଦିନ ଠାରୁ ମୂଳ ମାମଲାର ଶୁଣାଣି ଆରମ୍ଭ ହେବ।
Follow Us