କନକ ବ୍ୟୁରୋ: ପୁଣି ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି । ଆସନ୍ତା ଜୁଲାଇ ୧୩ ତାରିଖରେ ଟ୍ରାଇବ୍ୟୁନାଲରେ କରିବ ଶୁଣାଣି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ଛତିଶଗଡ଼ରେ ମହାନଦୀ ବ୍ୟାରେଜ ପ୍ରକଳ୍ପ ଗୁଡ଼ିକର ନିର୍ମାଣ ଉପରେ କାର୍ଯ୍ୟବନ୍ଦ ଆଦେଶ ଜାରି କରିବା ଏବଂ ଅଣମୌସୁମୀ କାଳରେ ହୀରାକୁଦ ଜଳ ଭଣ୍ଡାରକୁ ୨ ମିଲିୟନ ଏକର ଫୁଟ ଜଳ ପ୍ରବାହ ସୁନିଶ୍ଚିନ୍ତ କରିବାକୁ ମହାନଦୀ ଜଳ ବିବାଦ ଟ୍ରାଇବ୍ୟୁନାଲରେ ଓଡ଼ିଶା ସରକାର ଅନ୍ତରୀଣ ଆବେଦନ କରିଛନ୍ତି ।
ଅନ୍ୟପଟେ ଜଳ ବିବାଦ ସମାଧାନ ପାଇଁ ଟ୍ରାଇବ୍ୟୁନାଲ୍ ଗୁରୁତ୍ୱ ଆରୋପ କରୁଥିଲେ । କିନ୍ତୁ ବାତ୍ୟା ଫୋନି’ ଯୋଗୁ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ତୃତୀୟ ସମନ୍ୱୟ ବୈଠକ ହୋଇପାରିନଥିଲା । ତେଣୁ ଉଭୟ ରାଜ୍ୟ ସରକାର ଏଥିପାଇଁ ୪ ସପ୍ତାହ ସମୟ ଲୋଡ଼ିଥିଲେ। ଯାହାକୁ ବିଚାରକୁ ନେଇ ଆଜି ଟ୍ରାଇବ୍ୟୁନାଲରେ ହେବାକୁ ଥିବା ଶୁଣାଣି ସ୍ଥଗିତ ରଖିବା ସହ ପରବର୍ତ୍ତୀ ଶୁଣାଣି ଜୁଲାଇ ୧୩ତାରିଖକୁ ଧାର୍ଯ୍ୟ କରିଛନ୍ତି ।