କନକ ବ୍ୟୁରୋ: ମହାନଦୀ ଜଳପ୍ରବାହର ସ୍ଥିତି ଅନୁଧ୍ୟାନ ପାଇଁ ଆଜି କଟକ ଗସ୍ତରେ ଯିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଟ୍ରିବ୍ୟୁନାଲ ଟିମ୍ ମୁଣ୍ଡଳୀ ଠାରୁ ଗସ୍ତ ଆରମ୍ଭ କରିବେ ବୋଲି ଜଣାପଡ଼ିଛି । ପରେ ନରାଜ, ଜୋବ୍ରା ବ୍ୟାରେଜ ଦେଇ ବିରୁପା ବ୍ୟାରେଜ ପଯ୍ୟନ୍ତ ଯିବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ସ୍ଥାନରେ ମହାନଦୀର ଜଳସ୍ଥିତି ଯାଞ୍ଚକରିବାର କାର୍ଯ୍ୟକ୍ରମ ରହିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଯାଞ୍ଚ ଅନୁସାରେ ଟ୍ରିବ୍ୟୁନାଲ ଏହି ଟିମ୍ ଯେଉଁ ରିପୋର୍ଟ ଦେବେ ତା ଉପରେ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ଆବଂଟନର ଭାଗ୍ୟ ନିର୍ଭର କରୁଛି । ଟ୍ରିବ୍ୟୁନାଲ ବୈଷୟିକ ଟିମ୍ ସଦସ୍ୟଙ୍କ ଏହି ଗସ୍ତକୁ ସଂପୂର୍ଣ୍ଣ କଟକଣା ଭିତରେ ରଖାଯାଇଛି । ଜିଲ୍ଲାପାଳ ଏବଂ ଡିସିପିଙ୍କୁ ବାଦଦେଲେ ରାଜ୍ୟର ଅନ୍ୟ କୌଣସି ଅଧିକାରୀ ଏହି ଗସ୍ତରେ ସାମିଲ ହେବେ ନାହିଁ । ଜଳ ସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଛତିଶଗଡ଼ରେ ବ୍ୟାରେଜ ହେବା ଦ୍ୱାରା ମହାନଦୀ ଉପରେ ଏହାର ପ୍ରକୃତ ପ୍ରଭାବ କ’ଣ ତାହା ତଳ ମୁଣ୍ଡରୁ ହିଁ ସ୍ପଷ୍ଟ ଜଣାପଡ଼ିବ ।