କନକ ବ୍ୟୁରୋ : ମହାନଦୀ ଟ୍ରିବ୍ୟୁନାଲର ୩୭ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାନଦୀ ବିବାଦ ସମ୍ପର୍କିତ ବଭିନ୍ନ ଦିଗ ଉପରେ ଏଥିରେ ଆଲୋଚନା କରାଯାଇଥିଲ । । ହେଲେ ଏଥିରେ କୌଣସି ନିଷ୍ପତ୍ତି ହୋଇନି । ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ବିବାଦ ଲାଗି ରହିଛି । ଛତିଶଗଡ଼ ଖରାଦିନେ କଲମା ବ୍ୟାରେଜର ଗେଟ୍ ବନ୍ଦ କରିଦେଉଛି, ଫଳରେ ଓଡ଼ିଶାର ମହାନଦୀ ଅବବାହିକା ଶୁଖିଲା ପଡ଼ୁଛି ।

Advertisment

ଅନ୍ୟପଟେ ବର୍ଷା ଦିନେ କଲମା ବ୍ୟାରେଜର ସବୁ ଗେଟ୍ ଖୋଲି ଦେଉଛି, ଫଳରେ ଓଡ଼ିଶାରେ ବନ୍ୟା ଆଶଙ୍କା ସୃଷ୍ଟି ହେଉଛି । ଏନେଇ ଏବେ ମାମଲା ମହାନଦୀ ଟ୍ରିବ୍ୟୁନାଲ ପାଖରେ ରହିଛି । ଟ୍ରିବ୍ୟୁନାଲର ସଦସ୍ୟ ଉଭୟ ଛତିଶଗଡ଼ ଓ ଓଡ଼ିଶାରେ ମହାନଦୀର ବିଭିନ୍ନ ଜାଗା ବୁଲି ସ୍ଥିତି ଅନୁଧ୍ୟାନ କରିସାରିଛନ୍ତି । ନିକଟରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟିଏସ୍ ସିଂହଦେଓ କହିଥିଲେ, ଆପୋଷ ବୁଝାମଣା ମଧ୍ୟମରେ ଏହି ବିବାଦର ସମାଧାନ ହେବା ଉଚିତ । ତେବେ ଟ୍ରିବ୍ୟୁନାଲ ବୈଠକରେ କୌଣସି ନିଷ୍ପତ୍ତି ହୋଇ ନପାରିବା ନେଇ ପ୍ରତିକ୍ରିୟା ରଖିଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ।