ମହାନଦୀ ପାଣି ରାଜନୀତି: ରାଜସ୍ୱ ମନ୍ତ୍ରୀଙ୍କ ବୟାନକୁ ନିନ୍ଦା କଲା ବିଜେଡି । କହିଲା ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ରରେ ବିଜେପି । ଦୁଇ ଗୁଣା ବିକାଶ କରନ୍ତୁ ବାହାନା ନୁହେଁ ।

221

କନକ ବ୍ୟୁରୋ: ମହାନଦୀ ପ୍ରସଙ୍ଗରେ ବିଜେଡିର ସାମ୍ବାଦିକ ସମ୍ମିଳନୀ । ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ନିନ୍ଦା କଲା ବିଜେଡି । ମହାନଦୀ ଓଡ଼ିଶାର ହକ, ୯୫ ବର୍ଗ ପରିଧି ଏବଂ ୧୬ ଟି ଜିଲ୍ଲାର ଜୀବନ ଧାରା ହେଉଛି ମହାନଦୀ, ମହାନଦୀକୁ ନେଇ ଛତିଶଗଡ ମନମାନି କରିଛି, ବିଜେଡି ସରକାର କିଛି କରିନାହାନ୍ତି କିମ୍ବା ଏ ବିଷୟରେ ଆଲୋଚନାକୁ ଯାଇନାହାନ୍ତି ବୋଲି ନୂତନ ସରକାରର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦେଇଥିବା ବୟାନ ତାହା ଜନସାଧାରଣଙ୍କୁ ବିଭ୍ରାନ୍ତି କରିଛି ବୋଲି ବିଜେଡି କହିଛି । ବାରମ୍ବାର ପ୍ରଧାନମନ୍ତ୍ରୀ ଓ ଜଳ ସମ୍ପଦ ମନ୍ତ୍ରୀ ଓ ଛତିଶଗଡ ସରକାରଙ୍କୁ ନବୀନ ବାବୁ ଚିଠି ଲେଖିଛନ୍ତି ଏବଂ ଆନ୍ଦୋଳନ ବି ହୋଇଛି ।୨୦୦୫ ମସିହାରୁ ୨୦୧୬ ମସିହା ଯାଏଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରଜଳ ସମ୍ପଦ ମନ୍ତ୍ରୀଙ୍କୁ ଜଣାଇଥିଲେ ଏବଂ ୪/୭/୧୬ରେ ମହାନଦୀ ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଟ୍ରିବ୍ୟୁନାଲ ବି ଯାଇଛନ୍ତି ବିଜେଡି ସରକାର, ନ୍ୟାୟିକ ରାସ୍ତାରେ ଲଢେଇ କରିଛି ବିଜେଡି । ୧୬ ହଜାର ଅନୁଷ୍ଠାନ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଥିଲେ, ତାକୁ ନବୀନ ବାବୁ ନେଇକି ଆଲୋଚନା କରିଛନ୍ତି ।

ଛତିଶଗଡରେ ବିଜେପି ଓ ରାଜ୍ୟରେ ବିଜେପି ସରକାର, ଜନମତକୁ ସମ୍ମାନ ଦେଉଛୁ କିନ୍ତୁ ଯେଉଁ କଥା ଉଠୁଛି ତାହାକୁ ବିଭ୍ରାନ୍ତି ନ କରାଯାଉ ଯେ ବିଜେଡି ସରକାର କିଛି କରିନି ଏହାକୁ ଆମେ ନିନ୍ଦା କରୁଛୁ । ଯେତବେଳେ ଆବଶ୍ୟକତା ଥିଲା ସେଥିରୁ ବଞ୍ଚିତ କରିଛି ଛତିଶଗଡ ସରକାର, ଓଡ଼ିଶା ବାରମ୍ବାର ଉଦ୍ୟମ ଓ ଅନୁରୋଧ କଲା ପରେ ବି ଛତିଶଗଡ ମନମାନି କରିବା ଏବଂ କେନ୍ଦ୍ର ନିରବ ଦ୍ରଷ୍ଟା ସାଜିବା ଦୁର୍ଭାଗ୍ୟ ଜନକ ।

ଏପରିକି ରାଜସ୍ୱ ମନ୍ତ୍ରୀଙ୍କ ଉକ୍ତି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ସରକାର ସୁପ୍ରିମକୋର୍ଟ ଯିବା ହେତୁ କେନ୍ଦ୍ରସରକାର ଟ୍ରିବ୍ୟୁନାଲ କଲେ ତେଣୁ ଜନ ସାଧାରଣଙ୍କ ମତକୁ ବିଭ୍ରାନ୍ତି କରିବା ପାଇଁ ମସୁଧା, ଭୁଲ କଲେ ବିଜେଡି ସାମ୍ନାକୁ ଆସିବ । ଏଣୁ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଆପଣ ଓଡ଼ିଶାର ବିକାଶ ଦୁଇ ଗୁଣ କରିବା ପାଇଁ ଜନ ସାଧାରଣଙ୍କୁ କହିଥିଲେ । ଓଡ଼ିଶାବାସୀ ଆଶୀର୍ବାଦ କରିଛନ୍ତି, ଏବେ ବାହାନା ଖୋଜା ନ ଯାଉ ଯେ ହୋଇପାରିଲା ନାହିଁ ଏବେ ଟ୍ରିପଲ୍ ଇଞ୍ଜିନ ସରକାର କେନ୍ଦ୍ରରେ ରାଜ୍ୟରେ ଓ ଛତିଶଗଡରେ ବିଜେପି ସରକାର । ଓଡ଼ିଶାର ନାର୍ଯ୍ୟ ଦାବିକୁ କେତେ ଦୂର ସମାଧାନ କରୁଛନ୍ତି ଦେଖିବାକୁ ବାକି ରହିଲା । ୨୪ ବର୍ଷ ହେଲା ବଡ଼ ଦାବି ରହିଆସୁଛି ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମିଳୁ ଏବେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଦାବି ରଖନ୍ତୁ, କୋଲ ରୟାଲଟି ଉପରେ ମଧ୍ୟ ବିଚାର କରନ୍ତୁ ବୋଲି ଦାବି କରିଛି ବିଜେଡି ।