ମହାନଦୀକୁ ନେଇ ଆନ୍ତଃ କମିଟି ସ୍ତରୀୟ ବୈଠକରେ ପକ୍ଷ ରଖିବ ଓଡିଶା ! ଆଗାମୀ ୧୬ରେ ହେବ କୋଲକତାରେ ବୈଠକ

Advertisment
ମହାନଦୀ ଜଳବିବାଦ ମାମଲା ନେଇ ଟ୍ରିବ୍ୟୁନାଲରେ ଶୁଣାଣି ଶେଷ ! ପୁଣି ଆଲୋଚନା ପାଇଁ ଓଡିଶା-ଛତିଶଗଡକୁ ନିର୍ଦ୍ଦେଶ, ମେ ୧୧ରେ ପରବର୍ତ୍ତୀ ଶୁଣାଣି ।

କନକ ବ୍ୟୁରୋ: ଆସନ୍ତା କାଲି ହେବାକୁ ଥିବା ମହାନଦୀ ମହାସମ୍ମିଳନୀ ଆଗାମୀ ୨୨ ତାରିଖକୁ ଘୁଂଚିଲା । ଯେଉଁଥିରେ ମହାନଦୀ ପ୍ରଭାବିତ ଜିଲ୍ଲାଗୁଡିକ ସାମିଲ ହେବା କାର୍ଯ୍ୟକ୍ରମ ରହିଛି । ରାଜ୍ୟ ବିଜେଡି କାର୍ଯ୍ୟାଳୟ ପ୍ରଭାବିତ ହେବାକୁ ଥିବା ୧୫ଟି ଜିଲ୍ଲାର ସମସ୍ତ ଲୋକପ୍ରତିନିଧି ବୈଠକରେ ଯୋଗଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏମାନେ ସିଧାସଳଖ ଆଲୋଚନା କରିବେ ।

publive-image

ମହାନଦୀ ଉପର ମୁଣ୍ଡରେ ଛତିଶଗଡ ବନ୍ଧ ବାନ୍ଧିବା ଫଳରେ ଏସବୁ ଜିଲ୍ଲାରେ ଜଳ ଶ୍ରୋତ କମିବା ଦ୍ୱାରା କି ପ୍ରଭାବ ପଡିବ ତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ ଜନ ପ୍ରତିନିଧୀ । ସେହିପରି ମହାନଦୀ ଜଳ ବିବାଦ ମାମଲାରେ ଆସନ୍ତା ୧୬ ତାରିଖରେ କୋଲକାତାରେ ହେବାକୁ ଥିବା ବୈଠକରେ ଓଡିଶା ସରକାର ପକ୍ଷ ରଖିବେ । ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏହି ବୈଠକରେ ଓଡିଶା ପକ୍ଷରୁ ପକ୍ଷ ରଖିବେ ।

publive-image

ଏହା ସହିତ ଅନ୍ୟ ୫ଟି ରାଜ୍ୟର ପ୍ରତିନିଧି ମଧ୍ୟ ଏହି ବୈଠରେ ସାମିଲ ହେବେ । ବିଶେଷକରି ଓଡିଶା ସରକାର ମହାନଦୀ ପ୍ରସଙ୍ଗରେ ଦାବି ଏହି ଆନ୍ତଃ କମିଟି ସ୍ତରୀୟ ବୈଠକରେ ଉପସ୍ଥାପନ କରିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe