ହୀରାକୁଦରେ ଖସୁଛି ଜଳସ୍ତର : ଜଳଭଣ୍ଡାରର ମୁଖ୍ୟ ଯନ୍ତ୍ରୀ କହିଲେ ଅଧିକ ଗେଟ୍ ଖୋଲିବାର ନାହିଁ ଆବଶ୍ୟକତା

Advertisment
ହୀରାକୁଦରେ ଖସୁଛି ଜଳସ୍ତର : ଜଳଭଣ୍ଡାରର ମୁଖ୍ୟ ଯନ୍ତ୍ରୀ କହିଲେ ଅଧିକ ଗେଟ୍ ଖୋଲିବାର ନାହିଁ ଆବଶ୍ୟକତା

କନକ ବ୍ୟୁରୋ : ଧୀରେ ଧୀରେ ଖସୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି, କଲମା ବ୍ୟାରେଜରୁ ପ୍ରବେଶ କରୁଥିବା ଜଳର ପରିମାଣ ଖସୁଛି । ଏବେ ଅଧିକ ଗେଟ୍ ଖୋଲିବାର ଆବଶ୍ୟକତା ନହିଁ । ଯେତିକି ପାଣି ଆସୁଛି ସେତିକି ପାଣି ନିଷ୍କାସିତ ହେଉଛି । ଏବେ ହୀରାକୁଦର ୨୮ଟି ଗେଟ୍ ଖୋଲା ରହିଛି ।

୨୮ ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟା ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ରହିଛି ୬୨୮. ୮୧ଫୁଟ । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୪ ଲକ୍ଷ ୭୪ ହଜାର ୩୭୯ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୮୭ ହଜାର ୮୪ କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି । ବାମ ସ୍ପିଲୱେର ୧୯ ଓ ଡାହାଣ ପାର୍ଶ୍ୱର ୯କୁ ମିଶାଇ ମୋଟ୍ ୨୮ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe