ମହାନଦୀ ବଞ୍ଚାଅର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! କହିଲେ, ଓଡ଼ିଶା ପ୍ରତି ବିଜେପି ନେତାଙ୍କ ଦରଦ ଥିଲେ ଛତିଶଗଡ କାମକୁ କରନ୍ତୁ ବିରୋଧ

49

କନକ ବ୍ୟୁରୋ : ଆଜି ଠାରୁ ବିଜେଡିର ମହାନଦୀ ମହାସଂଗ୍ରାମ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ମହାନଦୀରେ ଓଡିଶାର ପ୍ରବେଶ ପଥ ଶୁଖାସୋଢାଠାରେ ଏକ ସମାବେଶ କରି ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । ମହାନଦୀ ଓଡିଶାର ଜୀବନ ରେଖା । କେନ୍ଦ୍ର ଓ ଛତିଶଗଡ ସରକାରର ଆଭିମୁଖ୍ୟ ଓଡିଶା ବିରୋଧୀ । ବିଜେପି ନେତାଙ୍କ ଓଡିଶା ପ୍ରତି ଦରଦ ନାହିଁ । ଯଦି ଦରଦ ଥାଏ ଛତିଶଗଡର ନିର୍ମାଣ କାମକୁ ବିରୋଧ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମହାନଦୀ ଉପରେ ବ୍ୟାରେଜ ହେଲେ ବିସ୍ଥାପନ ହେବନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମହାନଦୀକୁ ଶୁଖିବାକୁ ଦିଆଯିବ ନାହିଁ । ମହାନଦୀ ଓଡିଶାର ଗର୍ବ ଓ ଗୌରବର ସାକ୍ଷୀ ବୋଲି କହିଛନ୍ତି ନବୀନ । ଶୁଖାସୋଢା ପରେ ବରଗଡ଼ର ଆମ୍ବାଭୋନା ବ୍ଲକର ଚିଖିଲିଠାରେ ବି ଅନ୍ୟ ଏକ ସାଧାରଣ ସଭାରେ ଉଦବୋଧନ ଦେବେ ନବୀନ । ଏହି ଅଂଚଳ ଛତିଶଗଡ ସୀମାବର୍ତୀ ଅଂଚଳ ହୋଇଥିବାରୁ ବିଜେଡି ଏଠାରେ ସମାବେଶ କରି ମହାନଦୀ ଷଡଯନ୍ତ୍ର ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ ଚାହିୁଁଛି । ଏହାଦ୍ୱାରା ଏକ ମଷ୍ଟରଷ୍ଟ୍ରୋକ ଖେଳିବାକୁ ଯୋଜନା ରଖିଛି ବିଜେଡି । ।

ମହାନଦୀର ସୁରକ୍ଷା ପାଇଁ ଏକ ଅଭିଯାନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନିଶ୍ଚୟ ମହାନଦୀ ସଂଗ୍ରାମରେ ସଫଳ ହେବେ ବୋଲି ବିଜେଡି ସାଂସଦ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ।ମହାନଦୀ ସଂପର୍କରେ ରାଜ୍ୟର ଅନ୍ୟ ଦଳ ମଧ୍ୟ ବିଜେଡି ସହ ସ୍ୱର ମିଳାନ୍ତୁ ବୋଲି ସୌମ୍ୟ ପଟ୍ଟନାୟକ କହିଛନ୍ତି ।