ମହାନଦୀ ପାଣି ବିବାଦ : ଝାରସୁୁଗୁଡାରୁ ବାହାରିଲା ୧୫ ଜଣିଆ ଟିମ

Advertisment
ମହାନଦୀ ପାଣି ବିବାଦ : ଝାରସୁୁଗୁଡାରୁ ବାହାରିଲା ୧୫ ଜଣିଆ ଟିମ

ଝାରସୁୁଗୁଡା : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଅନୁଧ୍ୟାନ ପାଇଁ ଛତିଶଗଡ଼ ଗସ୍ତ କରିଛି ବିଜେଡିର ୧୨ ଜଣିଆ ଦଳ। ଝାରସୁୁଗୁଡାରୁ ୧୫ ଜଣିଆ ଟିମ ବାହାରିଛି । ସେଠାରେ କେଲୋ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଲୋକମାନଙ୍କ ସହ ଆଲୋଚନା କରିବା ପରେ ଛତିଶଗଡ଼ ଅଭିମୁଖେ ଯାତ୍ରା କରିଛି ଟିମ୍ । ଏହି ଦଳ ଆଜି ବିଭିନ୍ନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିବା ସହ ଛତିଶଗଡ଼ ଜଳ ସଂପଦ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରିବେ। ସେହିପରି ଛତିଶଗଡ଼ ନିର୍ମାଣ କରୁଥିବା ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶା କେତେ ମାତ୍ରାରେ କ୍ଷତି ସହିବ ସେନେଇ ଆଲୋଚନା କରିବେ । ଏପରିକି ସମାଧାନର ପନ୍ଥା ନେଇ ଚର୍ଚ୍ଚା କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ବିଜେଡିର ଏହି ୧୨ ଜଣିଆ ଟିମର ନେତୃତ୍ୱ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ନେଉଥିବା ବେଳେ ଟିମରେ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି, ମଙ୍ଗଳା କିଶାନ, ପଦ୍ମନାଭ ବେହେରା, ସଂଜୟ ଦାସବର୍ମା, ରୋହିତ ପୂଜାରୀ, ସୁଶାନ୍ତ ସିଂହ, ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe