କନକବ୍ୟୁରୋ: ସମ୍ବଲପୁରରେ ପୋତି ହୋଇଗଲାଣି ମାହାନଦୀ। ମହାନଦୀ ଓ ଏହାକୁ ସଂଯୋଗ କରୁଥିବା ପ୍ରାକୃତିକ ନାଳକୁ କବଜା କରିଛନ୍ତି ସ୍ଥାନୀୟ ଲୋକେ। ଏଥିପାଇଁ ଆପଣାଇଛନ୍ତି ନୂଆ ତରିକା । ପ୍ରଥମେ ମହାନଦୀକୁ ଜବରଦଖଲ କରିବା ଉଦ୍ଦେଶ୍ୟରେ ଜାଣିଶୁଣି ଫିଙ୍ଗାଯାଉଛି ଅଳିଆ। ଆଉ ଏହି ଅଳିଆ ଉପରେ ମାଟି ଫିଲିଂ କରି ଜବରଦଖଲ କରାଯାଉଛି । ଏହାପରେ କିଛି ଅସାଧୁ ବ୍ୟକ୍ତି ଆରମ୍ଭ କରୁଛନ୍ତି କନଷ୍ଟ୍ରକସନ କାମ। କିଛି ଅସାଧୁ ବ୍ୟକ୍ତିଙ୍କ ପାଇଁ ସମ୍ବଲପୁରରେ ଦିନକୁ ଦିନ ପୋତି ହୋଇଯାଉଛି ମହାନଦୀ। ବିଭିନ୍ନ ସମୟରେ ନୂଆ ନୂଆ ତରିକା ଆପଣାଇ ଜାଗା ଜବରଦଖଲ କରୁଛନ୍ତି ।

ପ୍ରଶାସନ ପାଖରେ ଖବର ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଅସନ୍ତୋଷ ବଢ଼ିଛି । ଜଳ ସମ୍ପଦ ବିଭାଗର ଅଧିକାରୀ ନିୟମିତ ଚେକିଂ କରୁ ନଥିବାରୁ ଏଭଳି ଘଟୁଥିବା କହଛନ୍ତି ସ୍ଥାନୀୟ ଲୋକେ। ମହାନଦୀ ପୋତି ହେଉଥିବା ବେଳେ ଏହାଦ୍ବାରା ପ୍ରକୃତିକ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହେବାର ମଧ୍ୟ ଆଶଙ୍କା ରହଛି।