କନକ ବ୍ୟୁରୋ: ବୌଦ୍ଧ ଜିଲ୍ଲାରେ ମରୁଭୂମି ପାଲଟିଛି ଓଡ଼ିଶାର ଜୀବନ ଧାରା କୁହାଯାଉଥିବା ମହାନଦୀ । ଖରା ଆରମ୍ଭ ନହେଉଣୁ ଶୁଖିଲା ପଡ଼ିଛି ମହାନଦୀ । ବାଲିର ଶର୍ଯ୍ୟାରେ ଲୁପ୍ତ ହୋଇଯାଇଛି ମହାନଦୀର ଅକାତ ପାଣି । ଆଉ ଏହାର ସିଧା ପ୍ରଭାବ ପଡ଼ିଛି ସାଧାରଣ ଲୋକଙ୍କ ଉପରେ ।

Advertisment
  • ଶୁଖିଲା ପଡ଼ିଛି ମହାନଦୀ
  • ଖରା ଆରମ୍ଭରୁ ନହେଣୁ ପାଣି ଅଭାବ
  • ଚିନ୍ତାରେ ମତ୍ସ୍ୟଜୀବୀ
  • କେମିତି ବଞ୍ଚିବ ଜୀବିକା?

ସଙ୍କଟରେ ହଜାର ହଜାର ମତ୍ସ୍ୟଜୀବୀଙ୍କ ଜୀବିକା । ଯେଉଁ ମହାନଦୀରେ ଦିନ ଅକାତ ପାଣି ଥିଲା ସେ ମହାନଦୀରେ ଏବେ ପାଣି ନାହିଁ । ଆଖି ପାଉନଥିବା ନଦୀ ଏବେ ନାଳ ପାଲଟିଛି । ନଦୀର ମଝିରେ ସରୁଧାରରେ ପାଣି ଅଛି । ଯାହା ସମୁଦ୍ରକୁ ଶଙ୍ଖେ । ଉପରେ ମୁଣ୍ଡରେ ବ୍ୟାରେଜ ନିର୍ମାଣ ହେବା ଫଳରେ ପାଣି ଅଟକି ଯାଇଛି । ଯାହା ପାଇଁ ବୌଦ୍ଧ ଜିଲ୍ଲା ଦେଇ ୧୧୦ କିଲୋମିଟର ମହାନଦୀ ବହିଯାଇଥିବା ବେଳେ ନଦୀକୂଳରେ ବସବାସ କରୁଥିବା ଧିବର ସଂପ୍ରଦାୟର ଲୋକଙ୍କ ଜୀବନ ଜୀବିକା ଉପରେ ସିଧାସଳଖ ପ୍ରଭାବ ପଡ଼ିଛି । ତେଲ ଲୁଣର ସଂସାର ଚଳାଇବା କଷ୍ଟକର ହୋଇପଡ଼ିଛି ।

ଜାନୁଆରୀ ଶେଷ ହୋଇ ଫେବୃଆରୀ ଆରମ୍ଭ ହେଲାଣୀ ଏବେ ଠୁ ବାଲିଚରରେ ପରିଣତ ହୋଇଛି ମହାନଦୀ । ନଦୀ ଶୁଖିଲା ପଡ଼ିଥିବାରୁ ମତ୍ସ୍ୟଜୀବୀ ମାଛ ମାରିପାରୁନାହାନ୍ତି । ଘର ଅଗଣାରେ ମାଛ ଜାଲ ଧରି ଚିନ୍ତାରେ ବସିଛନ୍ତି ମତ୍ସ୍ୟଜୀବୀ । ଗୋଟେ ପଟେ ଡ଼ଙ୍ଗା ଚାଲୁନି ଆଉ ଅନ୍ୟପଟେ ମାଛ ଧରି ୨ ପଇସା ରୋଜଗାର କରୁଥିବା ମତ୍ସ୍ୟଜୀବୀ ବେରେଜଗାର ହୋଇ ବସି ରହିଛନ୍ତି । ମହାନଦୀକୁ ପାଣିକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ସ୍ଥାୟୀ ସମାଧାନ ହୋଇପାରୁନଥିବାରୁ ବାରମ୍ବାର ଏପରି ପରସ୍ଥିତି ଉପଜୁଛି । ଏଥିପାଇଁ ନାନା ସମସ୍ୟା ଦେଇ ଗତି କରୁଛନ୍ତି ସାଧାରଣ ଲୋକ ।