କନକ ବ୍ୟୁରୋ: ଚିଲିକାରେ ମହାନଦୀ ଗ୍ରୀନ ଟ୍ରିବ୍ୟୁନାଲ ଟିମ । ଏହି ଟିମ୍ ଆଜି ଚିଲିକା ଗସ୍ତ କରିବା ସହ ମୁହାଣର ସ୍ଥିତି ବୁଲି ଦେଖିଛନ୍ତି । ହେଲିକପ୍ଟର ଯୋଗେ ସାତପଡାରେ ପହଞ୍ଚିବା ପରେ ସେଠାରୁ ଗାଡି ଯୋଗେ ମିର୍ଜାପୁର ଜେଟିରେ ଗସ୍ତ କରିଥିଲେ । ସେଠାରେ ଡଙ୍ଗା ଯୋଗେ ଟ୍ରିବ୍ୟୁନାଲ ସଦସ୍ୟଙ୍କ ସହ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଏହି ଗସ୍ତରେ ସାମିଲ ହୋଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ସେହିଭଳି ଗତକାଲି ଶୁକ୍ରବାର ଟ୍ରିବ୍ୟୁନାଲ ଟିମ୍ କଟକ ମୁଣ୍ଡଳୀ ବ୍ୟାରେଜରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ସେଠାରେ ମୁଣ୍ଡଳୀରୁ ଫେରିବା ପରେ ସାପୁଆ ମହାନଦୀ ମୁହାଣ ସ୍ଥିତ ଅନୁଧ୍ୟାନ କରିଥିଲେ ଟିମ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/WhatsApp-Image-2023-05-27-at-12.11.16-PM-1.jpeg)