ମହାନଦୀରେ ଭାସିଯାଇଥିବା ୪ ଛାତ୍ରଙ୍କ ମିଳିଲା ମୃତଦେହ : ଉଦ୍ଧାର କଲେ ଅଗ୍ନିଶମବାହିନୀ ଓ ଓଡ୍ରାଫ ଟିମ୍

ଗାଧୋଇବାକୁ ଯାଇଥିବା ବେଳେ ଗତକାଲି ସଂଧ୍ୟାରେ ଘଟିଥିଲା ଅଘଟଣ

185

କନକ ବ୍ୟୁରୋ : ମହାନଦୀରେ ଭାସିଯାଇଥିବା ୪ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି ।  ଅଗ୍ନିଶମବାହିନୀ ଓ ଓଡ୍ରାଫ ଟିମ୍ ଉଦ୍ଧାର କରିଛନ୍ତି ।  ଏମାନେ ସମସ୍ତେ ଚାଉଳିଆଗଂଜ ଅଂଚଳ ଥାନା ପୋତାପୋଖରୀ  ଓ ବିନାୟକ ନଗରର ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ଏହି ୪ଜଣ ସାଙ୍ଗ ଗାନ୍ଧୀପଲ୍ଲୀ ବାଲିଗଡାରେ ଦୁଇଟି ସାଇକେଲ ରଖି ପଠାକୁ  ଯାଇଥିବାବେଳେ ନଦୀସ୍ରୋତରେ ଭାସି ଯାଇଥିଲେ । ଭାସି ଯିବା ସମୟରେ ନଦୀ ଭିତରଟି ଅନ୍ଧାରୁଆ ହୋଇଯାଇଥିଲା । ଫଳରେ ଏ ସମ୍ପର୍କରେ କେହି ଜାଣି ପାରିନଥିଲେ ।

ସୂଚନା ଅନୁଯାୟୀ ଗୁରୁବାର ଅପରାହ୍ନରେ ଏହି ୪ ଜଣ ସାଙ୍ଗ ଗାନ୍ଧୀପଲ୍ଲୀ ବାଲିଗଡାରେ ଦୁଇଟି ସାଇକେଲ ରଖି ପଠାକୁ କୋଳି ତୋଳିବାକୁ ଯାଇଥିବାବେଳେ ନଦୀସ୍ରୋତରେ ଭାସି ଯାଇଥିଲେ। ଭାସି ଯିବା ସମୟରେ ନଦୀ ଭିତରଟି ଅନ୍ଧାରୁଆ ହୋଇ ଯାଇଥିଲା । ଫଳରେ, ଏ ସଂପର୍କରେ କେହି ଜାଣି ପାରି ନଥିଲେ। ବିଳମ୍ବିତ ରାତିରେ କିଛି ଯୁବକ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ସେଠାରେ ଦୁଇଟି ସାଇକେଲ ପଡ଼ିଥିବା ଦେଖି ଆଖପାଖ ଲୋକଙ୍କୁ ଖବର ଦେଇଥିଲେ ।

ଖବର ଦେବା ପରେ ନୂଆବଜାର ପୋତାପୋଖରୀ ଅଞ୍ଚଳର ଦୁଇ ଜଣ ସ୍କୁଲ ଛାତ୍ର ଘରୁ ନଦୀକୁ କୋଳି ତୋଳିବାକୁ ଯାଉଛନ୍ତି ବୋଲି କହି ଆଉ ଘରକୁ ଫେରି ନଥିବା ଜଣାପଡ଼ିଥିଲା । ଘର ଲୋକ ଏ ସଂକ୍ରାନ୍ତରେ ଖବର ପାଇବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜାଖୋଜି କରି ଭଦିମୂଳ ଘାଟ ନିକଟରୁ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଥିଲା ।  ଆଜି ଅନ୍ୟ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।