ଆଜି ବିଧାନସଭାରେ ମହାନଦୀ ପ୍ରସଙ୍ଗରେ ହେବ ଆଲୋଚନା : ପ୍ରଶ୍ନକାଳ ହେବନି, ଆରମ୍ଭରୁ ହେବ ବିତର୍କ, କାଲି ସର୍ବଦଳୀୟ ବୈଠକରେ ହୋଇଥିଲା ନିଷ୍ପତ୍ତି

Advertisment
ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲି ପାରିଲାନି ବିଧାନସଭା ! ମହାନଦୀ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହୋହଲ୍ଲା, ଗୃହ ୩ଟା ଯାଏ ମୁଲତବୀ

କନକ ବ୍ୟୁରୋ : ବିଧାନସଭାରେ ଆଜି ଉତ୍ତର କାଳ ବାତିଲ୍ କରାଯାଇ ମହାନଦୀ ସଂପର୍କରେ ଚାରି ଘଂଟା ପାଇଁ ଆଲୋଚନା ହେବ । ମହାନଦୀକୁ ନେଇ ବାରମ୍ବାର ଗୃହ ମୁଲତବୀ ହେବା ପରେ , ସର୍ବଦଳୀୟ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ସେଦିନ ଭଳି ଗତକାଲି ଦ୍ୱିତୀୟ ଦିନରେ ବି ଗୃହରେ ଦେଖିବାକୁ ମିଳିଥିଲା ମହାନଦୀ ତାତି । ଗୃହ ଆରମ୍ଭ ହେବା ମାତ୍ରେ, ବିରୋଧୀ କଂଗ୍ରେସ ପ୍ରଶ୍ନ ଉତ୍ତର କାଳ ବାତିଲ୍ କରି ମହାନଦୀ ସଂପର୍କିତ ଆଲୋଚନା ପାଇଁ ଦାବି କରିଥିଲେ । ବାଧ୍ୟ ହୋଇ ଗୃହକୁ ଏକ ଘଂଟା ପାଇଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ତେବେ ପୁଣିଥରେ ମହାନଦୀକୁ ନେଇ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ସର୍ବଦଳୀୟ ବୈଠକ ଦାବି କରିଥିଲେ ବିରୋଧୀ ଦଳ ନେତା । ବାଚସ୍ପତି ଏଥିରେ ସହମତ ହେବା ପରେ ସର୍ବଦଳୀୟ ବୈଠକ ବସିଥିଲା ।

assembly on lokayukta

ସୂଚନାଯୋଗ୍ୟ, ବିଧାନସଭା ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ ଦିନରେ ଗୃହରେ ଧରିଥିଲା ମହାନଦୀ ତାତି । ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିଜେଡି ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ । ଛତିଶଗଡ ନିର୍ମାଣ କାମ ବନ୍ଦ କରିବାକୁ ସଦସ୍ୟମାନେ ଦାବି କରିଥିଲେ । ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ଦିନ ୩ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe