କନକ ବ୍ୟୁରୋ: ମହାନଦୀରେ ଡଙ୍ଗା ବୁଡି ଘଟଣାରେ ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର ୩ ଜଣଙ୍କ ମଧ୍ୟରେ ୨ ଜଣ ନାବାଳକ ଓ ଜଣେ ମହିଳା ଅଛନ୍ତି । ୭ ବର୍ଷର ପିକେଶ୍ୱର ରାଠିଆ ଓ ନବୀନ ରାଠିଆଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ରାଧିକା ରାଠିଆଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏମାନେ ସମସ୍ତେ ଛତିଡ଼ଗର ବାସିନ୍ଦା । ୨ଟି ଆଡଭାନ୍ସ ଅଣ୍ଡର ୱାଟର ସର୍ଚ୍ଚ କ୍ୟାମେରା ମାଧ୍ୟମରେ ସ୍କୁବା ଡାଇଭରମାନେ ମୃତଦେହକୁ ଉଦ୍ଧା କରିଛନ୍ତି । ଏହାକୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛନ୍ତି । ଏବେ ବି ୪ ଜଣ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ୍ ଜାରି ରହିଛି ।
ସ୍କୁବା ଡାଇଭରଙ୍କ ସହ ଓଡ୍ରାଫ ଟିମ୍, ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଝାରସୁଗୁଡା ଲଖନପୁର ସ୍ଥିତ ଶରଧା ନିକଟ ମହାନଦୀରେ ଏଭଳି ଦୁଃଖଦ ଘଟଣା ଘଟିଛି । ଡଙ୍ଗାରେ ପାଖାପାଖି ୫୪ଜଣ ଯାତ୍ରୀ ବରଗଡ଼ ବାଞ୍ଜିପାଲିରୁ ଝାରସୁଗୁଡ଼ା ସରଧା ଡଙ୍ଗା ଘାଟକୁ ଆସୁଥିଲେ । ବରଗଡ଼ ପଥରାସେନୀରେ ପୂଜାର୍ଚ୍ଚନା କରି ଫେରୁଥିବା ବେଳେ ସରଧା ଘାଟି ନିକଟିରେ ଦୁର୍ଘଟଣା ହୋଇଥିଲା । ଡଙ୍ଗାରେ ଥିବା ବରଗଡ଼ ଓ ଝାରସୁଗୁଡ଼ାର ୯ ଜଣ ଏବଂ ଛତିଶଗଡ଼ର ୩୭ ଜଣଙ୍କୁ ଉଦ୍ଧାର କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/04/9-21.jpg)