ମହାମାୟା ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନରେ ପାଳିତ ହେଲା ଆଜାଦୀ କା ଅମୃତ ମହୋତ୍ସବ ।

58

କନକ ବ୍ୟୁରୋ : ମହାମାୟା ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ ନୂଆ ଶିକ୍ଷା ଓ ଉଦ୍ୟୋଗକୁ ନେଇ ଆଜାଦୀ କା ଅମୃତ ମହୋତ୍ସବ ଆୟୋଜନ କରିଛି । ଏହି ଅବସରରେ ଏନଆରଡିସି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଆଞ୍ଚଳିକ ମୁଖ୍ୟ ଡାକ୍ତର ବିଜୟ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ମତପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ନୂଆ ଉଦ୍ଭାବନ ବାବଦରେ କିଛି ଜ୍ଞାନ ବାଣ୍ଟିଥିଲେ ବିଜୟ କୁମାର ସାହୁ ।

ସେହିଭଳି ସ୍ୱତନ୍ତ୍ର ଅତିଥି ଭାବେ ବରିଷ୍ଠ ସଫ୍ଟୱେୟାର ଇଞ୍ଜିନିୟର ତଥା ସାମାଜିକ କର୍ମୀ ନବୀନ ସାହୁ ନିଜର ଔଜ୍ୱସୀ ଭାଷଣ ବଳରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲୋକଙ୍କର ମନ ଜିଣିଥିଲେ । ପରେ ମହାମାୟା ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନର ଚେୟାରମ୍ୟାନ୍ ଏସ.ବି. ସାହୁ ଅତିଥିଙ୍କ ପରିଚୟ ଦେବା ସହ ନିଜର ମତ ରଖିଥିଲେ ।

ଏସବୁ ଭିତରେ ମହାମାୟା ଡିଗ୍ରୀ ମହାବିଦ୍ୟାଳୟର ଉଦ୍ଭିଦ ବିଭାଗର ମୁଖ୍ୟ ଅକ୍ଷୟ ମିଶ୍ର ନିଜର ନୂଆ ପ୍ରୋଜେକ୍ଟ ‘ପ୍ୟାଡି ସୁଖା ପ୍ରୋ’ ଶୀର୍ଷକ ଥିବା ଏକ ପ୍ରୋଜେକ୍ଟର ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଗ୍ରୁପର ସଚିବ ଟଙ୍କଧର ସାହୁ ଅନୁଷ୍ଠାନର ଆଗାମୀ ଲକ୍ଷ୍ୟ କଣ ରହିଛି ସେ ବାବଦରେ ଆଲୋଚନା କରିଥିଲେ । ଏପରିକି ଅନୁଷ୍ଠାନର ଶିକ୍ଷକ ଓ ଅଣ-ଶିକ୍ଷକଙ୍କ ଦ୍ୱାରା ସାମାଜକି କାର୍ଯ୍ୟକ୍ରମ କରାଯାଇ ବିଭିନ୍ନ ଦିଗ ଉପରେ ଧ୍ୟାନ ଦିଆଯିବ ।