ମମିତା ମେହେର ମୃତ୍ୟୁ ଘଟଣା : କେମିତି ହୋଇଥିଲା ହତ୍ୟା, ପୋଲିସ ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

207

କନକ ବ୍ୟୁରୋ : ମମିତା ମେହେର ମୃତ୍ୟୁ ଘଟଣାରେ ବଡ ଖୁଲାସା । ଗୋବିନ୍ଦ ଓ ଡ୍ରାଇଭରକୁ ଜେରା ପରେ ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ୭ ତାରିଖରେ ଷ୍ଟାଡିୟମରେ ଗାତ ଖୋଳିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଗୋବିନ୍ଦ । ଦିନକ ପରେ ଗାତ ପୋତିବା ପାଇଁ କହିଥିଲେ । ତଳେ କାଠ ପ୍ଲାଏ ଓ ତା ଉପରେ ଟାୟାର ରଖି ମୃତଦେହକୁ ପୋଡା ଯାଇଥିବା ସୂଚନା । ମୃତଦେହକୁ ଶୀଘ୍ର ନଷ୍ଟ କରିବା ପାଇଁ ଯଥେଷ୍ଟ ପରିମାଣର ଲୁଣ ଦିଆଯାଇଥିଲା । ମମିତାଙ୍କୁ ହତ୍ୟା ପାଇଁ ପୂର୍ବରୁ ହତ୍ୟା ଷଡଯନ୍ତ୍ର କରିଥିଲେ । ଷଡଯନ୍ତ୍ର କରି ମମିତାଙ୍କୁ ଘରୁ ଡକାଯାଇଥିଲା । ଅଧା ରାସ୍ତାରୁ ଗୋବିନ୍ଦ ମମିତାଙ୍କୁ ଆଣିଥିଲେ ।

ସେପଟେ, ପୋଲିସକୁ ଏକ କଳା ରଙ୍ଗର କାର ମିଳିଛି । କୁହାଯାଉଛି କି ସେହି କାରରେ ମମିତାଙ୍କୁ ପ୍ରଥମେ ହତ୍ୟା କରାଯାଇ ପୋତାଯାଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତ ୭ ତାରିଖରେ ଷ୍ଟାଡିୟମରେ ଜେସିବି ସାହାଯ୍ୟରେ ଗାତ ଖୋଳାଯାଇଥିଲା । ଏହାର ଦିନକପରେ ସେହି ଗାତକୁ ପୁଣି ପୋତିଦେବା ପାଇଁ ଗୋବିନ୍ଦ ନିର୍ଦ୍ଦେଶ ଦେଇଥିଲେ । ତେବେ ବର୍ତ୍ତମାନ ପାରିପାର୍ଶ୍ବିକ ସ୍ଥିତି ଦେଖିଲେ ମମିତାଙ୍କୁ ହତ୍ୟା ପରେ ପୋଡ଼ି ପୋତି ଦିଆଯାଇଥିବା ଜଣାପଡ଼ିଛି । ଆଉ ଏହି ମାମଲାରେ ଏକାଧିକ ଲୋକଙ୍କ ସଂପୃକ୍ତି ସାମ୍ନାକୁ ଆସିସାରିଲାଣି । ଗୋଟିଏ ହେଉଛି ଜେସିବି ଅପରେଟର ଓ ଅନ୍ୟଟି ରାଧେ ନାମକ ଜଣେ ବ୍ୟକ୍ତି । ଉଭୟ ଅଟକ ଅଛନ୍ତି । ଏବେ ଗୋବିନ୍ଦ ଧରାପଡ଼ିବା ପରେ ପୁଲିସ କିଏ କିଏ ଏହି ହତ୍ୟାକାଣ୍ଡରେ ସାମିଲ ଥିଲେ ସେ ନେଇ ପଚରାଉଚୁରା କରିବା ସହ କଣ ସବୁ ଯୋଜନା ହୋଇଥିଲା ତାର ପର୍ଦ୍ଦାଫାସ କରିବ ।