ମମିତାଙ୍କ ମୃତ୍ୟୁ ପରେ ଖୋଲିଲା ମହାଲିଙ୍ଗ କଲେଜ । ଆରମ୍ଭ ହେଲା ପାଠପଢା, ହେଲେ ଟିସି ନେବାକୁ ଲାଗିଲା ଭିଡ ।

233

କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲା ପରେ ଚର୍ଚ୍ଚାକୁ ଆସିଥିବା ମହାଲିଙ୍ଗ କଲେଜରେ ଆରମ୍ଭ ହୋଇଛି ପାଠପଢା । ପରିସ୍ଥିତିକୁ ପୁଣିଥରେ ସ୍ୱାଭାବିକ କରିବା ପାଇଁ ଅଧ୍ୟାପକ କଲେଜ ଆସି ପାଠ ପଢାଇଛନ୍ତି । ହତ୍ୟାକାଣ୍ଡକୁ ନେଇ ମହାଲିଙ୍ଗ କଲେଜ ବିବାଦୀୟ ହୋଇପଡିଥିବା ବେଳେ ଟିସି ନେବାକୁ ଛାତ୍ରଛାତ୍ରୀଙ୍କ ଭିଡ ମଧ୍ୟ ଲାଗିଛି । କିନ୍ତୁ ଏହାରି ଭିତରେ ସାମ୍ନାକୁ ଆସିଛି ମହାଲିଙ୍ଗ କଲେଜ ପରିଚାଳନା କମିଟି । ଅଭିଭାବକଙ୍କୁ ଆଶ୍ୱାସନା ଦେଇ କହିଛନ୍ତି, ଏବେଠାରୁ କଲେଜ ଠିକ୍ ଚାଲିବ । ପିଲାଙ୍କ ପାଠପଢା ଓ ଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ ।

ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ମହାଲିଙ୍ଗ କଲେଜ । ସାରା ରାଜ୍ୟର ଆଲୋଡନର କେନ୍ଦ୍ରବିନ୍ଦୁ ପାଲଟିଛି । ଏସବୁ ଭିତରେ ଛାତ୍ରଛାତ୍ରୀଙ୍କ ଆସ୍ଥା ଜିତିବାକୁ କଲେଜରେ ପୁଣି ଥରେ ଆରମ୍ଭ ହୋଇଛି ପାଠପଢ଼ା । କଲେଜ ଯାଇ ପାଠ ପଢ଼ାଇଛନ୍ତି ଅଧ୍ୟାପକ । ଯୁକ୍ତ ଦୁଇର କିଛି ଛାତ୍ର ଶ୍ରେଣୀ ଗୃହରେ ବସି ପଢ଼ୁଥିବା ଦେଖିବାକୁ ମିଳିଛି । କଲେଜରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଭବିଷ୍ୟତକୁ ଦୃଷ୍ଟିରେ ରଖି କଲେଜ ବନ୍ଦ ନକରିବାକୁ ଅନୁରୋଧ କରିଛନ୍ତି କର୍ମଚାରୀ ।

ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ । ଟିସି ନେବାକୁ କଲେଜରେ ଭିଡ । ମମିତା ମେହେରଙ୍କ ହତ୍ୟାକାଣ୍ଡକୁ ନେଇ ମହାଲିଙ୍ଗ କଲେଜ ବିବାଦୀୟ ହୋଇପଡିବା ପରେ ଟିସି ନେବାକୁ ଛାତ୍ରଛାତ୍ରୀମାନେ କଲେଜରେ ଭିଡ ଲଗାଇଛନ୍ତି । ଏଠାରେ ପାଠ ପଢ଼ିଲେ ପିଲାଙ୍କ ଭବିଷ୍ୟତ ନଷ୍ଟ ହୋଇଯିବ ବୋଲି କହିଛନ୍ତି ଅଭିଭାବକ । ଏବଂ ଟିସି ନେଇ ଅନ୍ୟ କଲେଜରେ ଆଡମିସନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସାମ୍ନାକୁ ଆସିଲା କଲେଜ୍ ପରିଚାଳନା କମିଟି । ‘ପାଠପଢ଼ା ଓ ଛାତ୍ରୀଙ୍କ ସୁରକ୍ଷା ଉପରେ ଦିଆଯିବ ଗୁରୁତ୍ୱ’ । ବିବାଦୀୟ ହୋଇପଡିବା ପରେ ସାମନାକୁ ଆସିଛି ମହାଲିଙ୍ଗ କଲେଜ ପରିଚାଳନା କମିଟି । ଅଭିଭାବକଙ୍କୁ ଆଶ୍ୱାସନା ଦେଇ କହିଛନ୍ତି, ଏବେଠାରୁ କଲେଜ ଠିକ୍ ଚାଲିବ । ପିଲାଙ୍କ ପାଠପଢା ଓ ଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ । କଲେଜ ନାଁରେ ମିଥା ପ୍ରଚାର କରାଯାଉଛି । ଗୋବିନ୍ଦ ସାହୁ କେବଳ ସ୍କୁଲର ମାଲିକ ଥିଲେ କଲେଜର ମାଲିକ ନଥିଲେ । ରଙ୍ଗମହଲ ଓ ଗୁପ୍ତ କୋଠରୀ କେଉଁଠି ନାହିଁ । ଶହ ଶହ ପିଲା ଏଠାରେ ପାଠପଢ଼ୁଥିବାରୁ ସେମାନଙ୍କ ଭବିଷ୍ୟତକୁ ନେଇ ସମସ୍ତେ ଚିନ୍ତା କରିବା ଜରକାର, ଏଥିସହ ସତ ବି ସାମ୍ନାକୁ ଆସିବା ଦରକାର ।