କନକ ବ୍ୟୁରୋ : ପବିତ୍ର ମହାଳୟା ଅବସରରେ କଲିକତା ଗଙ୍ଗାଘାଟରେ ଶ୍ରଦ୍ଧାଳୁଙ୍କ ଗହଳି । ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ସହ ଗଙ୍ଗାରେ ବୁଡ଼ ପକାଇଛନ୍ତି ଶତାଧିକ ଲୋକ । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରିଛନ୍ତି ଶତାଧିକ ଲୋକ । ଆଶ୍ୱୀନ ମାସ ପୃଷ୍ଣପକ୍ଷ ପ୍ରତିପଦାଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ପିତୃପକ୍ଷ ଭାବେ ପାଳନ କରାଯାଏ । ଏହି ୧୫ ଦିନ ମଧ୍ୟରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇନଥିଲେ ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରିଥାନ୍ତି । ତେଣୁ ପବିତ୍ର ପୁଷ୍କରିଣୀ ଏବଂ ନଦୀ ଗୁଡ଼ିକରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି ଲୋକେ ।
ମହାଳୟାରେ ଗଙ୍ଗାଘାଟରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ : ପିତୃପୁରୁଷଙ୍କୁ କଲେ ପିଣ୍ଡଦାନ
/kanak/media/post_attachments/wp-content/uploads/2021/10/19-4.jpg)