ମିଆଁମାରରେ ଲକ୍ଷ୍ମୀପୂଜା ପାଳିଲେ ପ୍ରବାସୀ ଓଡ଼ିଆ ବୋହୁ । ଓଡିଆ ଘରର ରୀତିନୀତି ଅନୁଯାୟୀ ଓଷା କଲେ

177

କନକ ବ୍ୟୁରୋ : ମିଆଁମାରରେ ଲକ୍ଷ୍ମୀପୂଜା ପାଳନ କଲେ ପ୍ରବାସୀ ଓଡ଼ିଆ ବୋହୁ । ଓଡ଼ିଆ ଘରର ରୀତିନୀତି ଅନୁଯାୟୀ ମାଣବସାଇ ଗୁରୁବାର ଓଷା ପାଳନ କରିଛନ୍ତି ଓଡ଼ିଆ ବୋହୁ । ଘରେ ଝୋଟି ଚିତା ଦେଇ ଖାଂଟି ଓଡ଼ିଆଣୀ ବେଶରେ ଲକ୍ଷ୍ମୀ ପୂଜା କରିଛନ୍ତି ମିଆଁମାରରେ ରହୁଥିବା ପ୍ରବାସୀ ଓଡ଼ିଆ ମାନେ । ଧୂପ, ଦୀପ ନୈବେଦ୍ୟ ଦେଇ ମା’ ଲକ୍ଷ୍ମଙ୍କୁ ବେଶ ଧୁମ୍ ଧାମରେ ପୂଜା କରିଛନ୍ତି । ଏହା ସହ ଲକ୍ଷ୍ମୀପୁରାଣ କରି ମା’ ପୂଜାର୍ଚ୍ଚନା କରିଛନ୍ତି ସେଠାରେ ରହୁଥିବା ପ୍ରବାସୀ । ନିଜ ଦେଶରୁ ବହୁ ଦୂରରେ ରହୁଥିଲେ ମଧ୍ୟ ନିଜ ପରମ୍ପରା ଓ ସଂସ୍କୃତିକୁ ଭୁଲି ଯାଇନାହାନ୍ତି ଏମାନେ ।