କନକ ବ୍ୟୁରୋ : କେନ୍ଦ୍ରାପଡ଼ାରେ ଦିନ ଦ୍ୱିପହରରେ ହତ୍ୟାକାଣ୍ଡର ଗୁମର ଖୋଲୁନି । କେଉଁ କାରଣରୁ ଏପରି ଗୁଳିକାଣ୍ଡ ହେଲା, ଏ ନେଇ ସ୍ପଷ୍ଟ କରିପାରୁନି ପୁଲିସ । ପୂର୍ବ ଶତୃତା ନେଇ ସନ୍ଦେହ କରୁଛି ପୁଲିସ । ସେପଟେ କେନ୍ଦ୍ରାପଡ଼ା ମହାକାଳପଡ଼ା ଥାନା ବବକରପୁର ଗାଁରେ ଘଟିଥିବା ଏହି ଗୁଳିକାଣ୍ଡ ସାରା ରାଜ୍ୟରେ ହଇଚଇ ଖେଳାଇ ଦେଇଛି ।

Advertisment

ଦିନ ଦ୍ୱିପହରରେ ଗୁଳିମାଡ଼ । ହେଲେ ଖୋଲୁନି ହତ୍ୟାକାଣ୍ଡର ଗୁମର । ପୂର୍ବ ଶତ୍ରୁତା ନା’ ରହିଛି ଅନ୍ୟ କାରଣ? ଅବସରପ୍ରାପ୍ତ ଜିପିଓ ଅରବିନ୍ଦ ମିଶ୍ରଙ୍କ ଘରେ ପଶି ଗୁଳିମାଡ ଘଟଣା ଉପରୁ ପରଦା ହଟାଇ ପାରୁନି ପୁଲିସ । ଗୁଳିମାଡ଼ରେ ମୃତ୍ୟୁବରଣ କରିଥିବା ଅରବିନ୍ଦ ମିଶ୍ରଙ୍କ ଶବ ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର କରାଯାଇଛି । ଗୁଳିମାଡ଼ରେ ଗୁରୁତର ହୋଇଥିବା ଅରବିନ୍ଦଙ୍କ ପତ୍ନୀ ମିନତୀ ମିଶ୍ର ଓ ପୁଅ ଶୁଭକେଶ, କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମାଆ-ପୁଅଙ୍କ ସ୍ୱାସ୍ଥାବସ୍ଥାରେ ସୁଧାର ଆସୁଛି । ତେବେ କେଉଁ କାରଣରୁ ଏପରି ଗୁଳିକାଣ୍ଡ ହେଲା, ଏ ନେଇ ସ୍ପଷ୍ଟ କରିପାରୁନି ପୁଲିସ । ପୂର୍ବ ଶତ୍ରୁତା ନେଇ ସନ୍ଦେହ କରୁଛି ପୁଲିସ ।

କେନ୍ଦ୍ରାପଡ଼ା ମହାକାଳପଡ଼ା ଥାନା ବବକରପୁର ଗାଁରେ ଘଟିଥିବା ଏହି ଗୁଳିକାଣ୍ଡ ସାରା ରାଜ୍ୟରେ ହଇଚଇ ଖେଳାଇ ଦେଇଛି । ଏସପିଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଗୁଳିକାଣ୍ଡ ପରେ ଦୁଇ ଅଭିଯୁକ୍ତଙ୍କୁ କାବୁ କରି ପୁଲିସର ଜିମା ଦେଇଥିଲେ ଗ୍ରାମବାସୀ । ସେମାନଙ୍କୁ ଠାରୁ ଗ୍ରାମବାସୀ ଜବତ କରିଥିବା ଦୁଇଟି ବନ୍ଧୁକ ଓ ଦୁଇଟି ମୋବାଇଲ ଫୋନକୁ ମଧ୍ୟ ପୁଲିସକୁ ଦେଇଛନ୍ତି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।