କନକ ବ୍ୟୁରୋ : ଚୋର ଭୟରେ ରାତି ଉଜାଗର। ହାତରେ ଠେଙ୍ଗା ଓ ଟର୍ଚ୍ଚ ଧରି ଗାଁ ଜଗୁଛନ୍ତି ଗ୍ରାମବାସୀ। ପାଳି କରି ସାରାରାତି ଚୋର ଜଗୁଛନ୍ତି ଗାଁର ମହିଳା ଓ ପୁରୁଷ। କେନ୍ଦ୍ରାପଡା ମହାକାଳପଡା ଥାନା ଅନ୍ତର୍ଗତ ମଙ୍ଗଳପୁର ଏବଂ ବରଜନ୍ଧା ପଞ୍ଚାୟତର ବିଭିନ୍ନ ଗାଁରେ ବାରମ୍ବାର ଚୋରି ହେଉଛି। ଚୋରଙ୍କ ଆତଙ୍କ ବଢୁଥିବାରୁ ଗାଁର ଲୋକେ ଭୟଭୀତ ହୋଇପଡିଛନ୍ତି। ଲଗାତର କିଛି ଦିନ ହେଲା ଲୁଟପାଟ ଚଳାଇଛନ୍ତି। ଲୁଟେରା ଲୁଟ କରିବା ସହ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି। ମହାକାଳପଡା ପୋଲିସ ପାଟ୍ରୋଲିଂ କରୁଛି । ହେଲେ ପୁଲିସ ଗାଡି ମୁଖ୍ୟ ରାସ୍ତାରେ ଯାଉଛି । ଫଳରେ ଚୋରମାନେ ଗାଁରେ ଲୁଟପାଟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ପୁଲିସ ଉପରେ ଆଉ ଭରସା ପାଉନାହିଁ । ପୁଲିସ ଗାଁକୁ ସୁରକ୍ଷା ଦେଇପାରିବ ବୋଲି ଭରସା ହେଉନାହିଁ । ପୁଲିସ ଉପରୁ ଭରସା ତୁଟାଇ ନିଜ ସୁରକ୍ଷା ପାଇଁ ନିଜେ ଆଗକୁ ଆସିଛନ୍ତି । ରାତି ଅନିଦ୍ରା ହୋଇ ଗାଁ ଜଗୁଛନ୍ତି। ପିଲାଛୁଆ ଘରେ ଶୋଇବା ସମୟରେ ପୁରୁଷ ଲୋକମାନେ ପାଳି କରି ଗାଁ ଜଗୁଛନ୍ତି।