ନୂଆ ରୂପ ପାଇବ ମହାକାଳେଶ୍ୱର ପୀଠ : ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆ ରୂପ ପାଇବ ମହାକାଳେଶ୍ୱର ପୀଠ : ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ଉଜ୍ଜୟିନୀର ମହାକାଳ କରିଡରର ଉଦଘାଟନ କରିବେ । ମହାକାଳେଶ୍ୱର ମନ୍ଦିର କରିଡର ବିକାଶ ପାଇଁ ମୋଟ ୮୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ମନ୍ଦିର ଭାରତର ୧୨ ଜୋର୍ତିଲିଙ୍ଗ ମଧ୍ୟରୁ ଅନ୍ୟତମ । ୯୦୦ ମିଟର ଲମ୍ବର ଏହି କରଡରରେ ଭଗବାନ ଶିବ ଏବଂ ପାର୍ବତୀଙ୍କ ୨୦୦ ମିଟର ମୂର୍ତ୍ତି ରହିବ ।

ମଧ୍ୟପ୍ରଦେଶର ପର୍ଯ୍ୟଟନ ଏବଂ ସଂସ୍କୃତିର ବିକାଶ ପାଇଁ ଏହି ପ୍ରକଳ୍ପ କରାଯାଇଛି । ତେବେ ଆଜି ମୋଦୀ ଏହାର ପ୍ରଥମ ପର୍ଯ୍ୟାୟର ପ୍ରକଳ୍ପକୁ ଉଦଘାଟନ କରିବେ । ଏହି ପ୍ରକଳ୍ପରେ ପ୍ରବେଶ ପଥ ସବୁଠୁ ଅଧିକ ସୁସଜ୍ଜିତ କରାଯାଇଛି । ପାକିଂ ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ଏହି କରିଡରରେ ରହିଛି । ଏହି ପ୍ରକଳ୍ପରେ ବିଦ୍ୟୁତଚାଳିତ ଯାନ, ଜରୁରୀକାଳୀନ ସୁବିଧା, ରହିବାର ସୁବିଧା, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ମହାକାଳ କରିଡର ଫେଜ-୧

- ୯୦୦ ମିଟର ବ୍ୟାପୀ ଉଜ୍ଜୟିନୀର ମହାକାଳ କରିଡର
- ମହାକାଳ ମନ୍ଦିରରୁ କ୍ଷିପ୍ରା ନଦୀ ଯାଏଁ ରହିଛି ୧୫୨ କୋଠା
- ଏହା ମଧ୍ୟରେ ମୋଟ୍ ୯୩ଟି ଶିବଙ୍କ ମୂର୍ତ୍ତି ରଖାଯାଇଛି
- ଶିବ ପୂରାଣ ଆଧାରରେ ତିଆରି ହୋଇଛି ଏହି ମୂର୍ତ୍ତିଗୁଡିକ
- ପ୍ରତ୍ୟେକ ମୂର୍ତିରେ ରହିଛି ଏକ କ୍ୟୁଆର କୋର୍ଡ
- କ୍ୟୁଆର କୋର୍ଡକୁ ସ୍କାନ କଲେ ଜାଣିହେବ ମୂର୍ତ୍ତିର କାହାଣୀ

ମହାକାଳ କରିଡର ଫେଜ-୨

- ଦ୍ୱିତୀୟ ପର୍ଯ୍ୟାୟରେ ମହାରାଜୱାଡାର ବିକାଶ ଯୋଜନା ଅଛି
- ମହାକାଳ ଗେଟ୍ ଓ ପୁରୁଣା ରାସ୍ତାର ଉନ୍ନତିକରଣ ହେବ
- ରୁଦ୍ରସାଗର ଓ ହରି ଫାଟକ ବ୍ରିଜର ବିକାଶ କରାଯିବ
- ରୁଦ୍ରସାଗରରେ ଲାଗିବ ମ୍ୟୁଜିକାଲ ଫାଉଂଟେନ୍
- ରାମଘାଟ୍ ଓ ବେଗମ ବାଘ ରାସ୍ତାର ଉନ୍ନତିକରଣ ହେବ
- ମହାକାଳ ମନ୍ଦିରରେ ଲାଗିବ ଜରୁରିକାଳୀନ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର
- ମହାକାଳ ମନ୍ଦିର କ୍ୟାମ୍ପସକୁ ଲାଗିବ ମହାରାଜୱାଡାର କୋଠା
- ଐତିହ୍ୟ ଧର୍ମଶାଳା ସାଙ୍ଗକୁ କୁମ୍ଭ ମ୍ୟୁଜିୟମ ପ୍ରତିଷ୍ଠା ହେବ
- ମହାରାଜୱାଡାରେ ହେବ ନକ୍ଷତ୍ର ବାଟିକା
- ଫୁଡକୋର୍ଟ ଓ ଏଂଟରଟେନମେଣ୍ଟ ଜୋନ ରହିବ
- ୧୮୦ କର ରହିବା ଭଳି ପାର୍କିଂ ଏରିଆ କରାଯିବ
- ପର୍ଯ୍ୟଟକଙ୍କ ପାଇଁ ରହିବ ସୂଚନା କେନ୍ଦ୍ର
- ହକର୍ସ ଜୋନ୍ ଓ ଇ-ସ୍କୁଟର ଚାର୍ଜିଂ ପଏଂଟ ରହିବ
- ମନ୍ଦିରରୁ ରାମଘାଟ ଯାଏଁ ପାଦଚଲା ରାସ୍ତାର ବିକାଶ ହେବ
- ଦୁଇଟି ସ୍ଥାନକୁ ସଂଯୋଗ କଲାଭଳି ଏକ ବଗିଚା କରାଯିବ
- ରୁଦ୍ରସାଗର ପୋଖରୀକୁ ମଇଳା ପାଣି ପ୍ରବାହ ବନ୍ଦ ହେବ
- ପୋଖରୀକୁ ପ୍ରଦୂଷଣମୁକ୍ତ ରଖିବାକୁ ପାଇପ ପାଣି ଯୋଗାଇ ଦିଆଯିବ
- ବୈଦିକ ବାଟିକା ସହ ଏଂଟରଟେନମେଂଟ ଜୋନ ଓ ଯୋଗକେନ୍ଦ୍ର ହେବ
- ରଦ୍ରସାଗରରେ ମ୍ୟୁଜିକା ଫାଉଂଟେନ ସହ ଲାଇଟ ଓ ସାଉଣ୍ଡ ସୋ ହେବ

ମହାକାଳ କରିଡରର ଉଦ୍ଦେଶ୍ୟ

୧- ଭିଡ କମ କରିବାକୁ ପ୍ରୟାସ
- ମହାକାଳ ଲୋକକୁ ପ୍ରବେଶ କରିପାରିବ ନାହିଁ କୌଣସି ଗାଡି ମୋଟର
- ପ୍ରତ୍ୟେକ ପ୍ରବେଶ ପଥରେ ରହିବ ପାର୍କିଂ ସୁବିଧା
- ପାଦଚଲା ରାସ୍ତା ସହ ଓ ରାମ୍ପ ବ୍ୟବସ୍ଥା ହେବ

୨- ପର୍ଯ୍ୟଟକଙ୍କ ପାଇଁ ହେବ ସବୁ ବ୍ୟବସ୍ଥା
- ରହଣୀ, ଆବଶ୍ୟକ ସାମଗ୍ରୀ କିଣିବାକୁ ଦୋକାନ ଓ ଜରୁରୀ ସେବା ଯୋଗାଇ ଦିଆଯିବ
- ପାର୍କିଂ ସୁବିଧା ସହ ଇ-ଯାନ ପାଇଁ ସୋଲାର ଚାର୍ଜିଂ ବ୍ୟବସ୍ଥା ରହିବ

୩- ପର୍ଯ୍ୟଟକଙ୍କ ସୁରକ୍ଷା
- ଚାରିଆଡେ ସର୍ଭିଲାନ୍ସ କ୍ୟାମେରା ଖଞ୍ଜା ଯିବ
- କଂଟ୍ରୋଲ ସେଂଟରରୁ ୨୪ ଘଣ୍ଟା କ୍ୟାମେରା ଉପରେ ନଜର ରହିବ

୪- ଧର୍ମୀୟ ଭାବଧାରା ବଜାୟ ରଖିବାକୁ ପଦକ୍ଷେପ
- ପୂରାଣ ଅନୁସାରେ ସମସ୍ତ ମୂର୍ତ୍ତି ଓ ମହାକାଳ ଲୋକ ପ୍ରସ୍ତୁତ
- ଆଧ୍ୟାତ୍ମିକ ପରିବେଷ ସହିତ ସାତ୍ୱିକ ଆହାର ମିଳିବ

୫- ଐତିହ୍ୟ କିର୍ତ୍ତୀରାଜିର ସଂରକ୍ଷଣ
- ପୁରାତନ ଐତିହ୍ୟ କିର୍ତ୍ତୀରାଜିର ସଂରକ୍ଷଣ କରାଯିବ
- ପ୍ରକଳ୍ପରେ ରୁଦ୍ରସାଗରର ବିକାଶ ଓ ସଂରକ୍ଷଣ ସାମିଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe