ବିହାରରେ ମହାଗଠବନ୍ଧନର ଶତକ । ୧୧୪ ଆସନରେ ମହାଗଠବନ୍ଧନ ଆଗୁଆ, ମ୍ୟାଜିକ ନମ୍ବର ଠାରୁ ଆଉ ଅଳ୍ପ ଦୂରରେ । ସରକାର ଗଠନ କ୍ଷେତ୍ରରେ ଅନ୍ୟାନ୍ୟ ଦଳ ସାଜିପାରନ୍ତି ଟ୍ରମ୍ପକାର୍ଡ ।

91

କନକ ବ୍ୟୁରୋ : ବିହାରରେ ଶତକ ପାର କଲା ମହାଗଠବନ୍ଧନ । ପ୍ରାରମ୍ଭିକ ଟ୍ରେଣ୍ଡରେ ବିହାରରେ ଶହେରୁ ଅଧିକ ଆସନରେ ମହାଗଠବନ୍ଧନ ଆଗୁଆ ରହିଛି । ୧୧୪ ଆସନରେ ଆଗୁଆ ରହିବା ସହ ବିହାର ଶାସନ ଗାଦି ଆଡକୁ ପାଦ ବଢାଉଛି ମହାଗଠବନ୍ଧନ । ସେହିଭଳି ଏନଡିଏ ମଧ୍ୟ ମହାଗଠବନ୍ଧନକୁ କଡା ଟକ୍କର ଦେଉଥିବାର ଦେଖିବାକୁ ମିଳିଛି । ୯୦ ଆସନାର ଏନଡିଏ ପ୍ରାର୍ଥୀ ଆଗରେ ଥିବା ବିହାର ଗଣିତ ଜଟିଳ ସ୍ଥିତି ଆଡକୁ ଗତି କରୁଛି । ଖାସକରି ଅନ୍ୟାନ୍ୟ ଦଳ ଗୁଡିକ ୧୪ଟି ଆସନରେ ଆଗୁଆ ଥିବାରୁ ଉଭୟ ଏନଡିଏ ଓ ମହାଗଠବନ୍ଧନ , କିଏ ସରକାର ଗଢିବ ତାହା ଏବେଠୁ ଆକଳନ କରିବା କଷ୍ଟକର ହୋଇପଡିଛି ।

୨୧୮ଟି ଆସନର ଟ୍ରେଣ୍ଡ ସାମ୍ନାକୁ ଆସିଥିବା ବେଳେ ୧୧୪ ଆସନରେ ମହାଗଠବନ୍ଧନ ଆଗରେ ରହିବା ସହ ଏବେ ମ୍ୟାଜିକ ନମ୍ବର ହାସଲ ଲକ୍ଷ୍ୟରେ ରହିଛି । ତେବେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ବିହାରରେ ବଡ ଭୂମିକାରେ ନଜର ଆସିପାରନ୍ତି । ଯଦି ମହାଗଠବନ୍ଧନ ମ୍ୟାଜିକ ନମ୍ବର ହାସଲ କରିବାରେ ବିଫଳ ହୁଏ ତେବେ ସରକାର ଗଠନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ସାଜିପାରନ୍ତି ଟ୍ରମ୍ପକାର୍ଡ ।