ମହାଗଠବନ୍ଧନର ମ୍ୟାଜିକ । ପ୍ରାରମ୍ଭିକ ଟ୍ରେଣ୍ଡରେ ଏନଡିଏ ଠାରୁ ୨ ଗୁଣା ଅଧିକ ଆସନରେ ମହାଗଠବନ୍ଧନ ଆଗୁଆ, ଯୁବ ନେତୃତ୍ୱକୁ ଆପଣାଇଛନ୍ତି କି ବିହାରବାସୀ?

71

କନକ ବ୍ୟୁରୋ : ବିହାରରେ ମ୍ୟାଜିକ ଦେଖାଇବା ଆରମ୍ଭ କରିଛି ମହାଗଠବନ୍ଧନ । ପ୍ରାରମ୍ଭିକ ଟ୍ରେଣ୍ଡରେ ନୀତିଶ ଓ ଏନଡିଏକୁ ବଡ ଝଟକା ଦେଇଛି ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ । ତେଜସ୍ୱୀଙ୍କ ତେଜ ଆଗରେ ଫିକା ପଡିଛି ମୋଦି ମ୍ୟାଜିକ । ପ୍ରାରମ୍ଭିକ ଟ୍ରେଣ୍ଡରେ ମହାଗଠବନ୍ଧନ ୪୪ ଆସନରେ ଆଗୁଆ ଥିବା ବେଳେ ଜେଡିୟୁ ନେତୃତ୍ୱାଧୀନ ଏନଡିଏ ୨୨ଟି ଆସନରେ ଆଗୁଆ ରହିଛି । ଅଥାର୍ତ ଏନଡିଏ ଠାରୁ ଦୁଇଗୁଣା ଅଧିକ ଆସନରେ ଆଗୁଆ ରହିଛି ମହାଗଠବନ୍ଧନ । ପ୍ରାରମ୍ଭିକ ଟ୍ରେଣ୍ଡ ଯାହା ଦର୍ଶାଉଛି ବିହାରବାସୀ ଆରଜେଡି ଓ କଂଗ୍ରେସ ମହାମେଣ୍ଟ ସପକ୍ଷରେ ମତ ଦେଇଛନ୍ତି ।

ପ୍ରାରମ୍ଭିକ ଟ୍ରେଣ୍ଡରେ ମହାଗଠବନ୍ଧନ ଭଲ ଆରମ୍ଭ କରିଥିବା ବେଳେ ଏହାକୁ କେତେ ସଂଖ୍ୟାରେ ପହଞ୍ଚାଇପାରୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ନୀତିଶ ଓ ମୋଦିଙ୍କ ହାୱାକୁ ପ୍ରତିହତ କରି ତେଜସ୍ୱୀ ତେଜ ଦେଖାଇଛନ୍ତି । ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟ ଅନୁଯାୟୀ, ଏନଡିଏକୁ କଡା ଚ୍ୟାଲେଞ୍ଜ ଦେଉଛି ଆରଜେଡି ନେତୃତ୍ୱାଧୀନ ମହାଗଠବନ୍ଧନ । ଏହି ଫଳାଫଳ ସଂକେତ ଦେଉଛି ଯେ, ୧୫ ବର୍ଷର ନୀତିଶ ସରକାର ଠାରୁ ଭୋଟର ମୁହଁ ଫେରାଇ ନେଉଥିବା ବେଳେ ଯୁବ ନେତୃତ୍ୱ ଭାବେ ତେଜସ୍ୱୀଙ୍କ ସପକ୍ଷରେ ଭୋଟ କରିଛନ୍ତି ।